www.samajalive.in
Thursday, December 11, 2025
23.1 C
Bhubaneswar

କଲମପୁରରେ ସତ୍ୟସାଇଙ୍କ ପାଦୁକା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

କଲମପୁର : ସମଗ୍ର ଦେଶରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ନେଇ ପୁଟ୍ଟାପର୍ତିଠାରୁ ପରିକ୍ରମା ଆରମ୍ଭ କରିଛି ସତ୍ୟସାଇଙ୍କ ପାଦୁକା ରଥ। ଓଡ଼ିଶା ସତ୍ୟସାଇ ସଂଗଠନ ପକ୍ଷରୁ ଗୁରୁବାର ଏହି ରଥ କଳାହାଣ୍ଡି ଜିଲ୍ଲା କଲମପୁରଠାରେ ପହଞ୍ଚିଥିଲା। କଲମପୁର ସତ୍ୟସାଇ ଭକ୍ତ ବିଭୁତି ଭୂଷଣ ପଟ୍ଟନାୟକ, କପୁରଚନ୍ଦ ଜୈନ, ଦୟାରାମ ଗୁପ୍ତା ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରଠାରେ ସ୍ୱାଗତ ଜଣାଇ ଗାୟତ୍ରୀ ମନ୍ଦିର ପରିସରକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ଗାଁରୁ ସହର ସମସ୍ତ ଅଂଚଳର ଲୋକଙ୍କ ମଧ୍ୟରେ ସଦ୍‌ଭାବନା ସୃଷ୍ଟି କରିବା ହେଉଛି ଏହି ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ। ଏହି ରଥ ପରିକ୍ରମା ସମୟରେ ଭବାନିପାଟଣ, ଧର୍ମଗଡ଼, ଜୁନାଗଡ଼ ଅଞ୍ଚଳର ସାଇ ପ୍ରେମୀ ଉପସ୍ଥିତ ରହିଥିଲେ। କଲମପୁର ପରିକ୍ରମା କରିବା ପରେ ଅପରାହ୍ନରେ ବଲାଗାଁ ଅଭିମୁଖେ ଏହି ଦିବ୍ୟ ପାଦୁକା ରଥ ପ୍ରସ୍ଥାନ କରିଛି। ଗୁଣସାଗର ନାଏକ, ସଞ୍ଜୀବ ରାଉତ, ବିରେନ୍ଦ୍ର ସାହୁ, ମୋହିତ ଗୁପ୍ତା ପ୍ରମୁଖ ଏହି ରଥ ପରିକ୍ରମାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories