www.samajalive.in
Monday, December 8, 2025
27.1 C
Bhubaneswar

୧୦୦ ଦିନରେ ଜାତିଆଣ ହିଂସା, କେବେ ମଣିପୁରରେ ଫେରିବ ଶାନ୍ତି

ଡେସ୍କ: ଜୋମି ଛାତ୍ର ସଙ୍ଘ (ଜେଏସ୍ଏଫ୍), କୁକି ଛାତ୍ର ସଂଗଠନ (କେଏସ୍ଓ) ଏବଂ ହମାର ଛାତ୍ର ସଙ୍ଘ (ଏଚ୍ଏସ୍ଏ)କୁ ନେଇ ଗଠିତ ମିଳିତ ଛାତ୍ର ସଂଗଠନ ଆଜି ମଣିପୁରର ଚୁରାଚାନ୍ଦପୁର ସହରରେ ଏକ ରାଲିର ଆୟୋଜନ କରି ୧୦୦ ଦିନ ଧରି ଚାଲିଥିବା ଜାତିଆଣ ବିବାଦକୁ ପାଳନ କରିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ହିଂସା ରୋକିବା ପାଇଁ ଗ୍ରାମ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ପ୍ରତିରୋଧକୁ ଛାତ୍ରମାନେ ପ୍ରଶଂସା କରିଛନ୍ତି। ଜେଏସଏଫର ଜଣେ ସଦସ୍ୟ କହିଛନ୍ତି, ଆକ୍ରମଣକାରୀଙ୍କ ସହ ଲଢେଇ କରିଥିବା ଆଦିବାସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିବସ ପାଳନ କରାଯାଇଛି। ଛାତ୍ର ସଂଗଠନ କହିଛି ଯେ ଜାତିଗତ ହିଂସାରେ ନିହତ ହୋଇଥିବା ଆଦିବାସୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ମିନିଟର ନିରବତା ମଧ୍ୟ ପାଳନ କରାଯାଇଛି।

- Advertisement -

ଜୁଲାଇ ୨୭ରେ ରାଜ୍ୟରେ ଚାଲିଥିବା ହିଂସା ଦ୍ୱାରା ପ୍ରଭାବିତ କୁକି-ଜୋମି ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା। ଆଦିବାସୀ ଛାତ୍ରମାନଙ୍କ ପ୍ରତି ଭେଦଭାବ ଅଭିଯୋଗ କରି ଛାତ୍ର ସଂଗଠନ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କୁ ନିବେଦନ କରିଥିଲା। ଏହି ସମୟରେ ହିଂସାକାଣ୍ଡ ଘଟିଥିବା ମଣିପୁରର ୪୦ ଜଣ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ଯେ ଶାନ୍ତି ଏବଂ ନିରାପତ୍ତା ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ଆବଶ୍ୟକ କରୁଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories