www.samajalive.in
Saturday, December 6, 2025
26.1 C
Bhubaneswar

ଇନ୍ଦିରା ଗାନ୍ଧୀଙ୍କ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ କଥା…..

ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଥିଲେ। ସେ ୧୯୬୬ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଲଗାତର ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇ ଗଣତାନ୍ତ୍ରିକ ଶାସନ ଭାର ବହନ କରିଥିଲେ। ପରେ ପୁନର୍ବାର ୧୯୮୦ ମସିହାରୁ ୧୯୮୪ ମସିହା ଅର୍ଥାତ୍‍ ମୃତ୍ୟୁ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ତେବେ ଚାଲନ୍ତୁ ଜାଣିବା ଇନ୍ଦିରା ଗାନ୍ଧୀଙ୍କ ବିଷୟରେ କିଛି ଗରୁତ୍ୱପୂର୍ଣ୍ଣ କଥା –

୧. ଇନ୍ଦିରାଙ୍କ ୧୯୧୭ ମସିହା, ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ, ଉତ୍ତର ପ୍ରଦେଶର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ।

- Advertisement -

୨. ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଝିଅ ।

୩. ତାଙ୍କ ମାଆଙ୍କ ନାମ କମଳା ନେହେରୁ।

୪. ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପୁରା ନାମ ଇନ୍ଦିରା ପ୍ରିୟଦର୍ଶନୀ ନେହରୁ ଥିଲା।

୫. ସେ ସୋମରଭିଲ କଲେଜ, ଅକ୍ସଫର୍ଡ଼ରେ ପାଠ ପଢିଥିଲେ।

୬. ୧୯୪୧ ମସିହାରେ ଭାରତ ଆସିବା ପରେ ସେ ଭାରତୀର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।

୭. ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କୁ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୧୯୬୪ ରୁ ୧୯୬୬ ପର୍ଯ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ମିଳିଥିଲା ।

୮. ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।

୯. ଇନ୍ଦିରା ୧୯୪୨ ମସିହାରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ।

୧୦. ତାଙ୍କର ଦୁଇ ଜଣ ପୁଅ ଥିଲେ, ଜଣେ ରାଜୀବ ଗାନ୍ଧୀ ଓ ଅନ୍ୟ ଜଣେ ସଞ୍ଜୟ ଗାନ୍ଧୀ।

୧୧. ଇନ୍ଦିରା ଗାନ୍ଧୀଙ୍କ ସମୟରେ ହିଁ ୨୬ ଜୁନ୍‍ ୧୯୭୫ମସିହାରେ ଭାରତରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା।

୧୨. ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ କରାଯାଇଥିବା ଅପରେସନ୍‍ ବ୍ଲ୍ୟୁ ଷ୍ଟାର ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ହିଁ କରାଯାଇଥିଲା।

୧୩. ବ୍ୟାଙ୍କଗୁଡ଼ିକର ସରକାରୀକରଣ ସର୍ବପ୍ରଥମେ ଇନ୍ଦିରା ଗାନ୍ଧୀ ହିଁ କରିଥିଲେ।

୧୪. ୧୯୮୪ ମସିହା, ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ ଦୁଇ ଶିଖ୍‍ ଅଙ୍ଗରକ୍ଷକ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ।

୧୫. ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରାଯାଇଥିଲା।

ଆଲୋଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories