www.samajalive.in
Monday, December 8, 2025
24.1 C
Bhubaneswar

ଧର୍ମଘଟକୁ ଓହ୍ଲେଇବ ପିଇଓ ସଙ୍ଘ, ବିଡ଼ିଓଙ୍କୁ ଦାବିପତ୍ର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପିଇଓ ସଙ୍ଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ଉଦେଶ୍ୟରେ ହରଭଙ୍ଗା ବିଡ଼ିଓଙ୍କ ଜରିଆରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର  ପ୍ରଦାନ  କରାଯାଇଥିବା ଜଣାପଡିଛି। ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଆହ୍ୱାନ କ୍ରମେ ଗୁରୁବାର ଦିନ ହରଭଙ୍ଗା ବ୍ଲକ ପିଇଓ ସଙ୍ଘ ସଭାପତି ବସନ୍ତ କର୍ଣ୍ଣଙ୍କ ନେତୃତ୍ୱରେ ଦୁଇ ଦଫା ସମ୍ବଳିତ ଦାବିପତ୍ର ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକଙ୍କ ଜରିଆରେ ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ପିଇଓ ସଙ୍ଘ ପକ୍ଷରୁ ଦିଆଯାଇଥିବା ଦାବୀ ସରକାର ନ ଶୁଣିଲେ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ  କଳାବ୍ୟାଚ ପରିଧାନ କରିବେ ବୋଲି ଚେତାବନୀ ଦେବାସହ ୧୮ ତାରିଖଠୁ ସାମୁହିକ ଛୁଟିରେ ରହିବେ ବୋଲି ସଙ୍ଘ ନିଷ୍ପତ୍ତି ନେଇଥିବା ନେଇଥିବା କୁହାଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ହରଭଙ୍ଗା ବ୍ଲକ ପିଇଓ ସଙ୍ଘ ସମ୍ପାଦକ ଜଗଦୀଶ ମଲ୍ଲିକ, ଶ୍ରୀକାନ୍ତ ପ୍ରଧାନ, ସନ୍ତୋଷ ରଣା, ଶେଷଦେବ ଯାନୀ, ଚିତ୍ତ ରଞ୍ଜନ ବଘାର, ଦିଲୀପ ମଲ୍ଲିକ, ନମିତା ସାହୁ, ନବଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories