www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟା ଅପଡେଟ: ୧୬ ଜିଲ୍ଲାରେ ୧୦୬ ଉଦ୍ଧାରକାରୀ ଦଳ ମୁତୟନ

ଡେସ୍କ: ରାଜ୍ୟର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇପଡିଥିବା ବେଳେ ଆଜି ସନ୍ଧ୍ୟାରେ ବନ୍ୟାଜଳ ବହୁ ପରିମାଣରେ ଅତିକ୍ରମ କରିବା ପରେ ତଳିଆ ଅଞ୍ଚଳଗୁଡିକରେ ବନ୍ୟା ଆଶଙ୍କା ଦେଖାଦେଇଛି। ତେଣୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଏବଂ ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟ ଲାଗି ୧୦୬ଟି ୱିଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ଏଥିରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ବଳ (ଓଡ୍ରାଫ୍‌‌), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌‌ଡିଆରଏଫ୍‌‌) ଓ ଅଗ୍ନିଶମ ଟିମ ରହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୩ଟି ଓଡ୍ରାଫ୍‌‌ ୟୁନିଟ, ୮ଟି ଏନ୍‌‌ଡିଆରଏଫ୍‌‌ ୟୁନିଟ ଓ ୮୫ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି। ଭଦ୍ରକରେ ୧ଟି ଓଡ୍ରାଫ୍‌‌, ଟି ଏନ୍‌‌ଡିଆରଏଫ୍‌‌ ଓ ୩ଟି ଅଗ୍ନିଶମ ଟିମ, ଯାଜପୁରରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୩ଟି ଅଗ୍ନିଶମ ଟିମ, ସମ୍ବଲପୁରରେ ୧ଟି ଓଡ୍ରାଫ୍‌‌ ଓ ୧ଟି ଅଗ୍ନିଶମ ଟିମ, କେନ୍ଦୁଝରରେ ୧ଟି ଓଡ୍ରାଫ୍‌‌ ଓ ୧ଟି ଅଗ୍ନିଶମ ଟିମ, ମୟୁରଭଞ୍ଜରେ ୧ଟି ଓଡ୍ରାଫ୍‌‌ ଓ ୧ଟି ଅଗ୍ନିଶମ ଟିମ, ଅନୁଗୁଳରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୧ଟି ଅଗ୍ନିଶମ ଟିମ, ସୋନପୁରରେ ୧ଟି ଅଗ୍ନିଶମ ଟିମ, ବୌଦ୍ଧରେ ୧ଟି ଓଡ୍ରାଫ୍‌‌ ଓ ୧ଟି ଅଗ୍ନିଶମ ଟିମ, କନ୍ଧମାଳରେ ୧ଟି ଅଗ୍ନିଶମ ଟିମ, ବାଲେଶ୍ୱରରେ ୧ଟି ଓଡ୍ରାଫ୍‌‌ ଟିମ, କଟକରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୨୦ଟି ଅଗ୍ନିଶମ ଟିମ, କେନ୍ଦ୍ରାପଡାରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୧୨ଟି ଅଗ୍ନିଶମ ଟିମ, ଜଗତସିଂହପୁରରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୧୧ଟି ଅଗ୍ନିଶମ ଟିମ, ପୁରୀରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୧୪ଟି ଅଗ୍ନିଶମ ଟିମ, ଖୋର୍ଦ୍ଧାରେ ୧ଟି ଓଡ୍ରାଫ୍‌‌, ୧ଟି ଏନ୍‌‌ଡିଆରଏଫ୍‌‌ ଓ ୭ଟି ଅଗ୍ନିଶମ ଟିମ ଏବଂ ନୟାଗଡ଼ରେ ୮ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories