www.samajalive.in
Tuesday, December 9, 2025
16.1 C
Bhubaneswar

ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୁରଜଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡିରାଧାଗୋବିନ୍ଦପୁର ଗ୍ରାମର ସୁରଜ ନାହାକ ୧୫୨ ରାଙ୍କ୍ ରଖି ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି। ଏନେଇ ଗୁରୁବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୁରଜଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ ସିଦ୍ଧେଶ୍ବର ନାହାକ, ସମିତି ମେମ୍ବର ଚକା ନାହାକ, ବିଜେଡି ଯୁବନେତା ଚିତ୍ତରଞ୍ଜନ ନାହାକ, ମହେଶ୍ୱର ନାହାକ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବର୍ଗତ ସୁଧୀର ନାହାକଙ୍କ ପୁଅ ସୁରଜ ୨୦୧୩ରେ ସେଣ୍ଟ୍ ଜାଭିୟର ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ଆରିୟାନ ଗୁରୁକୁଳ ରେସିଡେନ୍ସିଆଲ କଲେଜରେ ଅଧ୍ୟୟନ କରି ୨୦୧୫ରେ ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଶେଷ କରିଥିଲେ। ଏଥିପାଇଁ ସେ କୌଣସି କୋଚିଂ ନେଇ ନ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୟୁଟ୍ୟୁବ ସାହାଯ୍ୟରେ ଘରେ ପାଠପଢି ଏହି ସଫଳତା ହାସଲ କରିଛନ୍ତି ବୋଲି ଯୋଗାଯୋଗ ବେଳେ କହିଛନ୍ତି। ଏହି ସଫଳତା ପାଇଁ ସୁରଜ ପ୍ରଥମେ ଭଗବାନ ଓ ତା’ପରେ ନିଜ ବାବା, ଜେଜେବାପା ଏବଂ ବଡ଼ ମାମୁଁଙ୍କୁ ଶ୍ରେୟ ଦେଇଛନ୍ତି। ଏଥିସହ ତାଙ୍କର ଏହି ଲମ୍ବା କ୍ୟାରିୟରରେ ତାଙ୍କ ସାନ ଭଉଣୀ ଫିଉ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି ବୋଲି କହିଛନ୍ତି ସୁରଜ। ଏହି ସଫଳତା ନିମନ୍ତେ ସୁରଜଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories