www.samajalive.in
Tuesday, December 9, 2025
17.1 C
Bhubaneswar

ଚୋରି ସନ୍ଦେହରେ ସହାୟିକାଙ୍କୁ ବନ୍ଧକ, ମୁଣ୍ଡ ଜାମିନ୍‌ ସର୍ତ୍ତ ଲକ୍ଷେ ଟଙ୍କା

ଭୁବନେଶ୍ବର: ଚୋରି ସନ୍ଦେହରେ ସହାୟିକାଙ୍କୁ ବନ୍ଧକ ରଖିଲେ ଘର ମାଲିକ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଶ୍ରୀବିହାରରୁ ବନ୍ଧକ ରହିଥିବା ସହାୟିକାଙ୍କୁ ପୁଲିସ ଉଦ୍ଧାର କରିଛି। ବନ୍ଦ ଘରୁ ସହାୟିକାଙ୍କୁ ସହାୟିକାଙ୍କୁ ଉଦ୍ଧାରବେଳେ ଘର ମାଲିକଙ୍କ ଆକ୍ରମଣରେ ମହିଳା ପୁଲିସ ଆହତ ହୋଇଛନ୍ତି। ଘର ମାଲିକଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଘର ମାଲିକ ବିଶ୍ୱଜିତ୍‌ ଦାସଙ୍କ ଘରେ ଶ୍ରୀବିହାର ଶବର ସାହିର ନମିତା ଗୌଡ଼ ଘରୋଇ ସହାୟିକା ଭାବେ କାମ କରନ୍ତି। ସେ ସକାଳ ୬ଟାରେ ଆସି ପୂର୍ବହ୍ନ ୧୦ଟା ପର୍ଯ୍ୟନ୍ତ ଘରକାମ କରନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ କାମ କରିବାକୁ ଆସିବା ପରେ ନମିତା ତାଙ୍କର ଟଙ୍କା ଓ ଜିନିଷପତ୍ର ଚୋରି କରିଥିବା ଅଭିଯୋଗ କରିଥିଲେ। ଲକ୍ଷେ ଟଙ୍କା ନଦେଲେ ଛାଡିବି ନାହିଁ ବୋଲି କହି ନମିତାଙ୍କୁ ଗୋଟିଏ ଘରେ ବନ୍ଦ ରଖି ତାଲା ପକାଇ ଦେଇଥିଲେ। ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଓ ଘରର ତାଲା କାଟି ମହିଳାଙ୍କୁ ଉଦ୍ଧାର କରିଥିଲା।

- Advertisement -

ଏହି ସମୟରେ ଘର ମାଲିକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା ଏବଂ ଏଥିରେ ଜଣେ ମହିଳା ଏସଆଇ ଆହତ ହୋଇଥିବା ଦେଖାଯାଇଥିଲା। ତେବେ ପୁଲିସକୁ ଚକମା ଦେଇ ଘର ମାଲିକ ଚମ୍ପଟ ମାରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଘର ମାଲିକକୁ ଧରିବାକୁ ଚେଷ୍ଟା ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories