www.samajalive.in
Monday, December 8, 2025
20.1 C
Bhubaneswar

ଉପୁଡ଼ିଲା ୧୧ କେଭି ବିଦ୍ୟୁତ ଖୁଣ୍ଟ; ଅନ୍ଧାରରେ ୱାର୍ଡ ନମ୍ବର ୩

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ୩ ଭାଲୁପାଲି ରାସ୍ତାରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ମଧ୍ୟରୁ ୨ଟି ଖୁଣ୍ଟ ଗତ ରାତିର ବର୍ଷାରେ ଉପୁଡ଼ି ପଡ଼ିଛି। ଫଳରେ ୱାର୍ଡ ନଂ ୩ ବାସିନ୍ଦା ଏପର୍ଯ୍ୟନ୍ତ ଅନ୍ଧାର ଘେରରେ ରହିଛନ୍ତି। ତେବେ ରାତି ସମୟରେ ଏହି ଘଟଣା ଘଟିଛି, ଯଦି ଦିନ ବେଳା ହୋଇଥାନ୍ତା ତେବେ ଏକ ବିରାଟ ଅଘଟଣକୁ ଏଡ଼ାଇ ଦିଆଯାଇପାରି ନଥାନ୍ତା। କାରଣ ଏହି ଖୁଣ୍ଟ ପଡ଼ିଥିବା ବିଲରେ ଦିନରେ ଅନେକ ଶ୍ରମିକ କାମ କରୁଛନ୍ତି। କିନ୍ତୁ ଟାଟା ପାୱାରର ଏଭଳି ନିମ୍ନ ମାନର କାମ ଯୋଗୁଁ ଭବିଷ୍ୟତରେ ଆଉ କେଉଁଠି ଏହି ବିପଦ ନ ଘଟିବ ତାହା କିଏ କହିବ। ୧୧ କେଭି ବିଦ୍ୟୁତ୍ ସରବରାହ ହେଉଥିବା ବିଦ୍ୟୁତ ଖୁଣ୍ଟ ଏତେ ସହଜରେ ଉପୁଡ଼ି ପଡ଼ିବା ବଡ ଆଶ୍ଚର୍ଯ୍ୟର କଥା ନିଶ୍ଚୟ। ଗ୍ରାମବାସୀ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଖବର ଦେଇଥିଲେ। ଫଳରେ ବିଦ୍ୟୁତ୍ ବିଭାଗ ଫିଡରକୁ ବନ୍ଦ କରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଆଜି ଏହାର ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ବିଦ୍ୟୁତ୍ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories