www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ: ଗୁରୁତର ଆହତ ବାବା ଦୟାନିଧି ଦାସଙ୍କ ମୃତ୍ୟୁ

ପୁରୀ: ଲୋକନାଥ ରୋଡ ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରି ଗୁରୁତର ଆହତ ହୋଇଥିବା ବାବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବାବାଙ୍କର ମୃତ୍ୟୁ ହୋଇଛି। ଆକ୍ରମଣରେ ଗତକାଲି ଘଟଣାସ୍ଥଳରେ ଜଣେ ବାବାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଯୋଗ୍ୟ ଯେ ଶୁକ୍ରବାର ଲୋକନାଥ ରୋଡ ସ୍ଥିତ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଉଥିବା ବାବାଜି ଅର୍ଜୁନ ବାବାଙ୍କୁ ସେହି ମଠରେ ରହୁଥିବା ରବୀନ୍ଦ୍ର ଜେନା(୪୦) ଓରଫ ବିଷ୍ଣୁ ବାବା କାଠରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବାସେଳିସାହି ଥାନା ପୁଲିସ ଆଶ୍ରମରେ ପହଞ୍ଚି ହତ୍ୟା ଅଭିଯୁକ୍ତ ବାବାକୁ ଗିରଫ କରିଥିଲା। ଏନେଇ ଏକ ହତ୍ୟା ମାମଲା ରୁଜୁ କରି ବାସେଳିସାହି ଥାନା ପୁଲିସ ସାଇଣ୍ଟିଫିକ୍ ଟିମକୁ ଡକାଇ ତଦନ୍ତ ଜାରି ରଖିଛି।

- Advertisement -

ଶୁକ୍ରବାର ଦିନ ଗୁରୁକୃପା ଆଶ୍ରମର ଅନ୍ତେବାସୀମାନେ ତୋଟା ଗୋପୀନାଥ ମଠକୁ ଯାଇ ଦିବା ଭୋଜନ ସାରି ଫେରିବା ପରେ ଅର୍ଜୁନ ବାବା ଆଶ୍ରମରେ ବିଶ୍ରାମ ନେଇଥିଲେ। ସେଠାରେ ଗଞ୍ଜାମ ଭଞ୍ଜନଗର ଥାନା ଅନ୍ତର୍ଗତ ଗମୁଣ୍ଡି ଗାଁର ରବୀନ୍ଦ୍ର ଜେନା(୪୦) ଓରଫ ବିଷ୍ଣୁ ବାବା ପହଞ୍ଚି ଏକ କାଠ ଧରି ବିଷ୍ଣୁ ଶୋଇଥିବା ଅର୍ଜୁନ ବାବା ଓରଫ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ନନ୍ଦୀଗ୍ରାମ ଥାନା ଅନ୍ତର୍ଗତ ଦକ୍ଷିଣପଡ଼ାର ନାରୁଗୋପାଳ ମିଶ୍ର(୫୮)ଙ୍କ ମୁଣ୍ଡରେ ଛେଚି ଦେଇଥିଲା। କେବଳ ଏତିକି ନୁହେଁ, ଅର୍ଜୁନ ବାବାଙ୍କ ମୁଣ୍ଡକୁ ବାରମ୍ବାର ପିଟିପିଟି ଅର୍ଜୁନ ତାଙ୍କୁ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories