ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ବସିବାକୁ ବାରଣ କଲେ ଦିଆଯିବ ଦଣ୍ଡ

ଭୁବନେଶ୍ବର: ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ମାମଲା। ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ବସିବାକୁ ବାରଣ କଲେ ଦଣ୍ଡ ଦିଆଯିବ। ଏ ନେଇ ସବୁ ଆରଟିଓମାନଙ୍କୁ ଚିଠି ଏସଟିଏ ସଚିବ ଚିଠି ଲେଖିଛନ୍ତି। ଏ ନେଇ ନିୟମିତ ଯାଞ୍ଚ କରିବାକୁ ଆରଟିଓମାନଙ୍କୁ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ ଇ-ଚାଲାଣ କଟାଯିବ। ବସ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ସଚିବ ନିର୍ଦେଶ ଦେଇଛନ୍ତି।

prayash

କେଉଁଠି ଯଦି ମହିଳାଙ୍କୁ ପ୍ରଥମେ ବସ୍ ଉପରେ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ଇ-ଚାଲାଣ କାଟିବାକୁ ରାଜ୍ୟ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଏଭଳି ନିର୍ଦ୍ଦେଶନାମା ଆସିବା ପରେ ଆଜି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ମାଇକ ଜରିଆରେ ପ୍ରଚାର କରାଯାଇଛି।

Comments are closed.