www.samajalive.in
Monday, December 8, 2025
27.1 C
Bhubaneswar

ବନକଲାଗି ବିବାଦ: ବାହାରିଲାନି ନିଷ୍କର୍ସ, ୧ରେ ନିଷ୍ପତ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ନୀତି ସବ୍‌ କମିଟି ବୈଠକରେ ତୁଟି ପାରିଲାନି ଶ୍ରୀଜୀଉଙ୍କ ବନକଲାଗି ବିବାଦ। ବୈଠକରେ ମତଭେଦ ଯୋଗୁଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅଗଷ୍ଟ ୧ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶୁକ୍ରବାର ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ଦତ୍ତ ମହାପାତ୍ର ସେବକଙ୍କ ଜିଦ୍‌ ଆଗରେ ମନ୍ଦିର ପ୍ରଶାସନ ମୁଣ୍ଡ ନୂଆଁଇଛି। ବୁଧବାର ନାଁ ଗୁରୁବାର କେଉଁ ଦିନ ହେବ ଶ୍ରୀଜୀଉଙ୍କ ବନକଲାଗି ଏନେଇ ବୈଠକରେ ଚୁଡ଼ାନ୍ତ ନିଷ୍ପତ୍ତି ହୋଇ ପାରିଲାନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ବଲିପି ନାଁ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣୀୟ ହେବ ସେନେଇ ଟଣା ଓଟରା ଜାରି ରହିଛି। ଏବେବି ନିଜ ନିଜ ଜିଦ୍‌ରେ ଅଟଳ ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକ ନିଯୋଗ।

- Advertisement -

ସୂଚନାଯୋଗ୍ୟ, ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି। ନୀଳାଦ୍ରି ବିଜେକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ। ବୁଧବାର ବନକଲାଗି ଶାସ୍ତ୍ରସମତ ଦର୍ଶାଇ ପ୍ରଶାସନ ସେହି ବାରରେ କରିବାକୁ ଚାହୁଁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍‌ ଧରିଛନ୍ତି। ହେଲେ ପ୍ରଶାସନର ନିଷ୍ପତ୍ତି ନମାନିବା ଯୋଗୁ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories