ମନ୍ଦିର ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ
ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦର ପୁର ଗ୍ରାମ ନିକଟ କଲେଜ ରୋଡ ଅବସ୍ଥିତ ଥିବା ମା’ କାଳୀ ମନ୍ଦିରରୁ ମଙ୍ଗଳବାର ବିଳମ୍ୱିତ ରାତିରେ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଛି।କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ରୁପା ଓ ସୁନା ଅଳଙ୍କାର, ଦାନ ଟଙ୍କା ଚୋରି କରି ନେଇଥିବା ଜଣାପଡିଛି। ଏଥିସହ ମା’ଙ୍କ ଦାନ ହୁଣ୍ଡୀକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଟଙ୍କା ନେଇ ଯାଇଛି । ଘଟଣା ସମ୍ପର୍କରେ ପ୍ରଭାତ କୁମାର ସାହୁ ଗଞ୍ଜାମ ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ସେକେଣ୍ଡ ଅଫିସର କ୍ଷେତ୍ର ମୋହନ ସାହୁ, ଏଏସଆଇ ଜି ଅନନ୍ତ ରାଓ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତମାନ ମନ୍ଦିର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ ହୋଇନ ଥିବା ବେଳେ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରକାଶ ଥାଉ କି, ଗତ ଚାରିଦିନ ତଳେ ଷ୍ଟେସନ ଅଂଚଳର ଏକ ଦୋକାନରୁ ମଧ୍ୟ ପ୍ରାୟ ପଚାଶ ରୁ ଷାଠିଏ ହଜାର ଟଙ୍କାର ଚୋରି ହୋଇଥିଲା । ପୂର୍ବରୁ ମା’ ଦୁର୍ଗା ମନ୍ଦିର, ବଜାର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ଏପର୍ୟ୍ୟନ୍ତ କୌଣସି ଚୋରକୁ ଗଞ୍ଜାମ ପୁଲିସ ଧରିବାରେ ସକ୍ଷମ ହୋଇନି। ସହରରେ ପାଟ୍ରୋଲିଂ କଡାକଡ଼ି କରିବା ପାଇଁ ଦାବୀ ହେଉଛି ।
Comments are closed.