www.samajalive.in
Tuesday, December 9, 2025
17.1 C
Bhubaneswar

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ବଡ଼ସାହି : ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ଏକ ଆଶ୍ରମସ୍କୁଲ ଛାତ୍ରୀ ନିବାସରେ ରହୁଥିବା ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ୍‍ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଶିକ୍ଷକ ରାଜେଶ ନାଏକ(୩୧) ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଘର ବଡ଼ସାହି ଥାନା ଅଧୀନ ଶିଆଳିଘାଟି ଗ୍ରାମରେ। ଗୁରୁବାର ଘଟଣା ପ୍ରଚାରିତ ହେବା ପରେ ଅପରାହ୍ଣରେ ଉତ୍ତେଜିତ ଗ୍ରାମବାସୀଙ୍କ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁଲିସ୍‍ ସେଠାରେ ପହଞ୍ଚି ଫାଟକ ତାଲା ଖୋଲିବା ସହିତ ଅଭିଯୁକ୍ତ ଶିକ୍ଷକ ଓ ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରିଥିଲେ। ବିବାଦୀୟ ଶିକ୍ଷକଙ୍କୁ ଥାନାକୁ ଅଣାଯାଇଥିବା ବେଳେ ପୀଡିତା ଛାତ୍ରୀର ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୋଗରୁ ପ୍ରକାଶ ଯେ, ବେତନଟୀ ଥାନା ଅଞ୍ଚଳର ଏହି ଛାତ୍ରୀ ଜଣକ ଛାତ୍ରୀ ନିବାସରେ ରହି ନିକଟସ୍ଥ ହାଇସ୍କୁଲରେ ପାଠ ପଢନ୍ତି। ତେବେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀ ଜଣଙ୍କୁ କୁଆଡ଼େ ଅଫିସ କାର୍ଯ୍ୟ କରିବାକୁ ଡ଼ାକି ଅସଦାଚରଣ କରିଥାନ୍ତି। ଏହାକୁ ନେଇ ଛାତ୍ରୀ ଜଣଙ୍କ ପ୍ରତିବାଦ କରିବାରୁ ଘଟଣା ସମ୍ପର୍କରେ କାହାରିକୁ ନଜଣାଇବାକୁ ଶିକ୍ଷକ ଜରଙ୍କ ଧମକ ଦେଇଥିଲେ। ଏହାକୁ ନେଇ ଛାତ୍ରୀ ପରିବାର ଲୋକଙ୍କ ନିକଟରେ ଜଣାଇବା ପରେ ପାଠପଢୁଥିବା ହାଇସ୍କୁଲକୁ ଆସି ଅନ୍ୟ ଶିକ୍ଷକମାନଙ୍କୁ କହିବାରୁ ଘଟଣା ପ୍ରଘଟ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଅଭିଯୋଗକୁ ଶିକ୍ଷକ ଜଣଙ୍କ ଖଣ୍ଡନ କରିବା ସହିତ ଛାତ୍ରୀ ଜଣଙ୍କ ଗାଁ ଯୁବକଙ୍କ ସହିତ କଥାବାର୍ତ୍ତା ହେବାକୁ ବିରୋଧ କରିଥିଲେ ବୋଲି କହିଛନ୍ତି। ଏ ନେଇ ତାଗିଦ ପରେ ସୁଧାର ଆଣିିବା ପାଇଁ ଅଭିଭାବକଙ୍କୁ ଜଣାଇ ଛାତ୍ରୀଙ୍କୁ ଘରକୁ ପଠାଯାଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ଛାତ୍ରୀଜଣଙ୍କ ମନଗଢ଼ା ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ଘଟଣାର ସତ୍ୟାସତ୍ୟ ତଦନ୍ତ ପୂର୍ବକ ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଜୟନାରାୟଣ ଖଣ୍ଡାଇ କହିଛନ୍ତି। ଛାତ୍ରୀ ନିବାସ ଦାୟିତ୍ୱରେ ଶିକ୍ଷୟତ୍ରୀ ନରହି ଅବିବାହିତ ଶିକ୍ଷକଙ୍କୁ ରଖାଯାଇଥିବାରୁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ପ୍ରଥମେ ଗିରଫ କରାଯାଉ ବୋଲି କଂଗ୍ରେସ ଦଳ ପକ୍ଷରୁ ପ୍ରକାଶ କର ମହାପାତ୍ର ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories