ଆରଆରଟିଏସ୍ ପାଇଁ ୪୧୫ କୋଟି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ : ସୋମବାର ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ମଧ୍ୟରେ ‘ରିଜୋନାଲ ରାପିଡ ଟ୍ରାଞ୍ଜିଟ୍ ସିଷ୍ଟମ’ (ଆରଆରଟିଏସ୍) ପାଇଁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)। ଦିଲ୍ଲୀ ସରକାର ଆରଆରଟିଏସ୍ ପ୍ରକଳ୍ପକୁ ପାଣ୍ଠି ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲେ। ଗତ ୩ ବର୍ଷ ମଧ୍ୟରେ ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ରେକର୍ଡ କରିବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ପ୍ରକାଶ ଯେ, ଗତ ଶୁଣାଣିରେ ଦିଲ୍ଲୀ ସରକାରଙ୍କ ଠାରୁ ଖର୍ଚ୍ଚର ସବିଶେଷ ତଥ୍ୟ ମଗାଯାଇଥିଲା।
Comments are closed.