ଆଠଗଡ଼: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ବ୍ଲକର ନୂଆଗାଁ ପଞ୍ଚାୟତ ଅଧିନ ଶଗଡ଼ଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଅନ୍ୟଜଣେ ମହିଳା ମାଡ ମାରିବା ଘଟଣାକୁ କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ଦୃଢ ନିନ୍ଦା କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଶୁକ୍ରବାର ଅଂଶୁପାଠାରେ ସଂଘର ସଭାପତି ଶଙ୍କର ବେହେରାଙ୍କ ପୌରୋହିତ୍ୟରେ ଏବଂ ଜିଲ୍ଲା ସଂପାଦକ ଚାରୁଚରଣ ବେହେରାଙ୍କ ସଂଯୋଜନାରେ ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ଯୋଗଦେଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଉପସ୍ଥିତ ଥିବା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚନ୍ଦ୍ରକାନ୍ତ ମିଶ୍ର ଶିକ୍ଷୟିତ୍ରୀଙ୍କୁ ମାଡ ମାରିଥିବା ମହିଳା ଗିରଫ ହୋଇଥିଲେ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଏଥି ସହିତ ଗିରଫ ମହିଳା ଓ ତାଙ୍କ ସହଯୋଗୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଏବଂ ଶିକ୍ଷକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଲାଗି ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହି ବୈଠକରେ ସଂଘର ମହାସଚିବ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକାରୀ ସଭାପତି ଜ୍ୟାକି ଅମିନ, ଉପସଭାପତି ରମେଶ ଚନ୍ଦ୍ର ବେହେରା ଓ କର୍ଣ୍ଣ ରଞ୍ଜନ ସାହୁ, କାର୍ଯ୍ୟକର୍ତ୍ତା ବନମାଳିି ସେଠୀ, ତ୍ରିଲୋଚନ ରାଉତ, ଅନାଥ ବେହେରା, ସୁବାସ ଚନ୍ଦ୍ର ଶତପଥୀ, ପ୍ରମୋଦ କୁମାର ଭୋଇ, ଲକ୍ଷ୍ମୀଧର ଭୋଇ, ନିରଞ୍ଜନ ଭୋଇ, ଦିପ୍ତୀରଞ୍ଜନ ବେହେରା, ସଂଗୀତା ଦାସ, ରାଜକିଶୋର ସାହୁ, ଲକ୍ଷ୍ମୀଧର ବେହେରା, ପଦ୍ମଲୋଚନ ନାଏକ, ରାଜେଶ କୁମାର ପଣ୍ଡା, ପ୍ରମୋଦ କୁମାର ଗୋଚ୍ଛିଙ୍କ ସମେତ ଅନ୍ୟ ଶିକ୍ଷକ ନେତାମାନେ ଆଲୋଚନାରେ ଅଂଶଗ୍ରହଣ କରି ଘଟଣାକୁ ନିନ୍ଦା କରିଥିଲେ।
Popular Categories



