www.samajalive.in
Wednesday, December 10, 2025
26.1 C
Bhubaneswar

ଧବଳେଶ୍ୱର କଂକ୍ରିଟ ସେତୁ : ବାଉଁଶ ବ୍ୟାରିକେଟ ଭାଙ୍ଗିବାରୁ ଯାତାୟାତରେ ବାଧା

ଗୁରୁଡିଝାଟିଆ :  ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ନିର୍ମିତ କଂକ୍ରିଟ ସେତୁ ଉପରେ ଅସ୍ଥାୟୀ ଭାବେ ନିର୍ମିତ ହୋଇଛି ବାଉଁଶ ବ୍ୟାରିକେଟ । ଶ୍ରାବଣମାସରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିବାରୁ ଦେବୋତ୍ତର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାଉଁଶ ବ୍ୟାରିକେଟ ନିର୍ମାଣ କରାଯାଇଛି । ଗୋଟିଏ ପାର୍ଶ୍ବରେ ଯିବା ଓ ଅନ୍ୟ ପଟରେ ଆସିବା ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା କାଉଡିଆ ଓ ଶ୍ରଦ୍ଧାଳୁମାନଙ୍କ ଭିଡକୁ ନିୟନ୍ତ୍ରଣ କରାଯାଇପାରୁଛି । ହେଲେ କଂକ୍ରିଟ ସେତୁ ମଝିରେ ନିର୍ମିତ ବ୍ୟାରିକେଟ କିଛି ଅଂଶ ଭାଙ୍ଗିଯାଇ ସେତୁ ଉପରେ ପଡିଥିବାରୁ ଶ୍ରଦ୍ଧାଳୁମାନଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି । ବରିଷ୍ଠ ନାଗରିକ ଓ ଶିଶୁମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷତଃ ମହିଳାମାନେ ପଡି ଆହତ ହେବା ଦେଖାଦେଇଛି। ସେତୁର ପ୍ରବେଶ ପଥରେ ପୁଲିସ ସହାୟକ କେନ୍ଦ୍ର ରହିଛି । ତତ୍ ସହିତ ସାଇକେଲ ଷ୍ଟାଣ୍ଡ ନିଲାମ ନେଇଥିବା ଲୋକ ମଧ୍ୟ ବସୁଛନ୍ତି । ହେଲେ ସେତୁ ଉପରେ ଭାଙ୍ଗିଯାଇଥିବା ବ୍ୟାରିକେଟ ସଜଡା ହେଉ ନଥିବାରୁ ଶ୍ରଦ୍ଧାଳୁମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଉପଖଣ୍ଡ ପ୍ରଶାସନ ଓ ଦେବୋତ୍ତର ବିଭାଗ ମଧ୍ୟରେ ତତ୍ପରତା କେତେ ? ଏ ସଂପର୍କରେ ସହକାରୀ ଦେବୋତ୍ତର ଅଧିକାରୀ ଆଠଗଡ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କୁ ପଚାରିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories