www.samajalive.in
Thursday, December 11, 2025
27.1 C
Bhubaneswar

କୋଟାଗାଁ ଧାନ ମଣ୍ଡି ସମସ୍ୟା : ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ

କଲମପୁର : ଧାନ ମଣ୍ଡି ପରିଚାଳନାରେ ମହିଳା ଗୋଷ୍ଠୀଙ୍କ ଅନିୟମିତତା ଯୋଗୁଁ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କୋଟାଗାଁ ଧାନ ମଣ୍ଡି ପରିଚାଳନା କରାଯିବା ନେଇ ଦାବି ହୋଇଛି । ବୁଧବାର ଏହାକୁ ନେଇ କୋଟାଗାଁର ଚାଷୀ କଲମପୁର ତହସିଲଦାରଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ।
ସୁଚନା ଅନୁସାରେ ଗତ ୫ ବର୍ଷ ଧରି ମା ମଙ୍ଗଳା ମହିଳା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଇ ଆସୁଛି କୋଟାଗାଁ ଧାନ ମଣ୍ଡି । କିନ୍ତୁ ମଣ୍ଡି ପରିଚାଳନାର ଭିତ୍ତିଭୁମି ଏବଂ ଅଭିଜ୍ଞତା ଅଭାବ ଯୋଗୁଁ ମଣ୍ଡି ପରିଚ‌ାଳନାରେ ଅନିୟମିତତା ହେଉଛି । ଫଳରେ  ଅନେକ ଚାଷୀ ସଠିକ ସମୟରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି । ଏପରିକି କିଛି ଚାଷୀ ଧାନ ବିକ୍ରୟ କରିଥିଲେ ମଧ୍ୟ ଭେଣ୍ଡର ସ୍ଲିପ ପାଉ ନାହାଁନ୍ତି । ଚଳିତ ବର୍ଷ ଏହି ମଣ୍ଡିର ୧୭ ଜଣ ଚାଷୀ ସେମାନଙ୍କ ବିକ୍ରି ଧାନର ମୂଲ୍ୟ ପାଇ ନାହାଁନ୍ତି । ଧାନ ସଂଗ୍ରହ ସମୟରେ କେତେବେଳେ ଟ୍ରକ ଅଭାବ ତ’ ପୁଣି କେତେବେଳେ ଅଖା ବସ୍ତା ଯୋଗାଇବାରେ ମହିଳା ଗୋଷ୍ଟୀ ଅବହେଳା କରନ୍ତି । ଏପରିକି ମଣ୍ଡିରେ ନିୟୋଜିତ ଶ୍ରମିକଙ୍କ ପ୍ରାପ୍ୟ ଦେବାରେ ମଧ୍ୟ ଅହେତୁକ ବିଳମ୍ବ କରୁଥିବାରୁ ଶ୍ରମିକ ଧାନ ପରିବହନ କରିବା ପାଇଁ ଅମଙ୍ଗ ହେଇଥାନ୍ତି । ଯେଉଁଥି ପାଇଁ ଚାଷୀ ନିଜ ସାଧ୍ୟ ବଳରେ ଅଖା ଓ ଶ୍ରମିକ ନିୟୋଜିତ କଲେ ମଧ୍ୟ ସେହି ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ମହିଳା ଗୋଷ୍ଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ମହିଳା ଗୋଷ୍ଠୀ ନିରବ ଦର୍ଶକ। ତେଣୁ ତୁରନ୍ତ ମହିଳା ଗୋଷ୍ଠୀଙ୍କ ବଦଳରେ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିକୁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳ ପି.ଅନ୍ୱେଷା ରେଡିଙ୍କ ଦ୍ୱାରସ୍ଥ ହେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ବିଭାଗ ଏବଂ ରାଜସ୍ୱ ବିଭାଗ କୋଟାଗାଁ ଧାନ ମଣ୍ଡିର ସମସ୍ୟାର ସମାଧାନ ନେଇ ଏକ ଯୁଗ୍ମ ତଦନ୍ତ କରାଯାଇଥିଲା।

ଚଳିତ ବର୍ଷ ଖରିଫ ଧାନ ବିକ୍ରି ନେଇ ଏବେ ଚାଷୀ ପଞ୍ଜିକରଣ ଆରମ୍ଭ ହେଇଥିବା ବେଳେ କୋଟାଗାଁ ଧାନ ମଣ୍ଡି ପରିଚାଳନା ସଂପର୍କରେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଭଗବାନ ବିହାରୀ, କୃତାର୍ଥ ବେହେରା,ଏନ. ଶୁରେଶ ବାବୁ, ବିଭିଷଣ ପାଲ, ପ୍ରଦୀପ ବାବୁ, ଇଶ୍ୱରୀ ସୁରୁଜାଲ, ରବୀନ୍ଦ୍ର ନିଆଲ, ଲାଲୁ ବେହେରା, ଟିକେରାମ ବାଗ, ଜଗନ୍ନାଥ ଶବର ପ୍ରମୁଖ ଚାଷୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ବୁଧବାର ଧାରଣା ଦେଇଥିଲେ। ପରେ କଲମପୁର ତହସିଲଦାର ରୁଦ୍ର ମୋହନ ନାୟକ ଏବଂ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ତହସିଲଦାର ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ପରବର୍ତ୍ତି ସମୟରେ କଲମପୁର ଥାନା ଅଧିକାରୀ ଯୁଗଳ ଶବର ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଶେଷରେ ରାତି ସାଢେ ୭ଟା ବେଳେ କାର୍ଯ୍ୟାଳୟର ମୁଖ୍ୟ ଫାଟକରୁ ତାଲା ଖୋଲାଯାଇ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ପୁଣି ଉଭୟ ତହସିଲ କାର୍ଯ୍ୟାଳୟ ଏବଂ ଚାଷୀଙ୍କ ପକ୍ଷରୁ ତାଲା ଦିଆଯାଇଛି । ଗୁରୁବାର ମଧ୍ୟ ଏହି ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories