www.samajalive.in
Tuesday, December 9, 2025
16.1 C
Bhubaneswar

ସାତକୋଶିଆରେ ମହାବଳର ମୃତ୍ୟୁ !

ଅନୁଗୋଳ  : ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶର କାହ୍ନା ରେଞ୍ଜରୁ ଆଣି ଛଡ଼ାଯାଇଥିବା ମହାବଳ ବାଘ (ମହାବୀର)ର ବୁଧବାର ସକାଳ ସାଢ଼େ ୧୦ଟାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ବାଘର ବେକପାଖରେ ଘା ହୋଇଯାଇଥିବାରୁ ତା’ର ମୃତ୍ୟୁ ହୋଇଥିବା ଜଣାଯାଇଛି। ସାତକୋଶିଆରେ ନିୟୋଜିତ ଡାକ୍ତର କିଶୋର ସାହୁ ପ୍ରାଥମିକ ତଦନ୍ତ କରିଥିବା ସୂଚନା ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ ମହାବୀରର ରେଡିଓ କୋଲାରରେ ଥିବା ସାଂକେତିକ ବ୍ୟବସ୍ଥାରେ ଜିପିଏସ ସ୍ଥିର ହୋଇଯାଇଥିଲା। ଫଳରେ ତା’ର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଆସନ୍ତାକାଲି ତା’ର ବ୍ୟବଚ୍ଛେଦ ବ୍ୟବସ୍ଥା କରାଯିବ। ମହାବଳ ବାଘ ବେକରେ ଲାଗିଥିବା ରେଡିଓ କୋଲାର ବୁଧବାର ଦିନ ୧୦ଟା ପରଠାରୁ ରାଇଗୁଡା ରେଞ୍ଜ ଓ ହିନ୍ଦୋଳ ବନାଞ୍ଚଳ ପାଖରେ ସ୍ଥିର ହୋଇ ରହିଥିବାର ରାଡାର ମାଧ୍ୟମରେ ଜଣାପଡ଼ିଥିଲା। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରେଡିଓ କୋଲାର ଥିବର ରାଡାର ସୂଚନା ଦେବାପରେ ବାଘ ବେକରେ ରେଡିଓ କୋଲାର ସହ ଲାଗିଥିବା ହୃତ୍‍ପିଣ୍ଡର ସ୍ପନ୍ଦନ ଜାଣିବା ପାଇଁ ଯେଉଁ ଯନ୍ତ୍ର ଲାଗିଥିଲା ତାହା ମଧ୍ୟ କୌଣସି ସୂଚନା ପ୍ରଦାନ କରୁନଥିଲା। ସେହି ଆଧାରକୁ କେନ୍ଦ୍ରକରି ବାଘ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ଖବରପାଇ ଅନୁଗୋଳ ଡିଏଫଓ ସାତକୋଶିଆ ରାମସ୍ୱାମୀ ପି. ରାଇଗୁଡା ରେଞ୍ଜକୁ ଯାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories