www.samajalive.in
Thursday, December 11, 2025
23.1 C
Bhubaneswar

ବାସ୍ତୁ: ଅଇଁଠା ବାସନ ଅଧିକ ସମୟ ଯାଏଁ ରଖନ୍ତୁ ନାହିଁ..

ବାସ୍ତୁ ଅନୁଯାୟୀ ରୋଷେଇ ଘର ପାଇଁ କିଛି ନିୟମ ରହିଛି। ଏହାକୁ ପାଳନ କରିବା ଦ୍ୱାରା ରୋଗ,ଜୀବନର ଅନେକ ସମସ୍ୟା ଓ ଧନ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଏଭଳି କେତେକ ଜିନିଷ ରହିଛି,ଯାହାକୁ ରୋଷେଇ ଘରେ ରଖିବା ଉଚିତ ନୁହେଁ। ସେହି ଜିନିଷକୁ ରୋଷେଇ ଘରେ ରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ସୁଖସମୃଦ୍ଧିରେ ବାଧା ଉପୁଜିଥାଏ। ଜାଣନ୍ତୁ ସେହି ଜିନିଷ ବିଷୟରେ..
ରୋଷେଇ ଘରେ ଅଧିକ ସମୟ ପର୍ଯ୍ୟନ୍ତ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଅଭାବ ଲାଗି ରହିଥାଏ।
ଖରାପ ହୋଇଯାଇଥିବା ବୈଦ୍ୟୁତିକ ଜିନିଷକୁ ମଧ୍ୟ ଆଦୌ ରୋଷେଇ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କ ଜୀବନ ଉପରେ କୁପ୍ରଭାବ ପଡିଥାଏ।
ରୋଷେଇ ଘରେ ଅଇନା କିମ୍ବା ଅଇନା ଭଳି ଅନ୍ୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ବିପରୀତ ପ୍ରଭାବ ପଡିବା ସହ ଘରେ କଳହ ଲାଗି ରହିଥାଏ।
ରୋଷେଇ ଘରେ ଭଙ୍ଗା ଓ ଅପରିଷ୍କାର ବାସନ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ସୁଖସମୃଦ୍ଧିରେ ଓ ଧନସମ୍ପତ୍ତି ବୃଦ୍ଧିରେ ସମସ୍ୟା ହୋଇଥାଏ। ଜୀବନରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିଥାଏ।
ରୋଷେଇ ଘରେ ଝାଡୁ ମଧ୍ୟ ରଖନ୍ତୁ ନାହିଁ।
ରୋଷେଇ ଘରେ ଆଲୁମିନିୟମର ବାସନ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ଚର୍ମଜନିତ ସମସ୍ୟା ସହ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ।
ରୋଷେଇ ଘରେ ପିମ୍ପୁଡି, ଅସରପା, ମୂଷା ଅନ୍ୟ କୀଟ ମାରିବା ପାଇଁ ବ୍ୟବହୃତ ହେଉଥିବା ଔଷଧ ରଖନ୍ତୁ ନାହିଁ।
ବ୍ୟବହାର ଉପଯୋଗୀ ଜିନିଷ ହିଁ ରୋଷେଇ ଘରେ ରଖନ୍ତୁ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories