www.samajalive.in
Monday, December 8, 2025
24.1 C
Bhubaneswar

ଝାନସୀରେ ଅଗ୍ନିକାଣ୍ଡ : ୪ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଝାନସୀରେ ଏକ ଶୋ’ ରୁମ୍‌ରେ ନିଆଁ ଲାଗିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ’ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ନିଆଁ ଲାଗି ଯାଇଥିବାବେଳେ ସେଠାରେ ଅନେକ ଲୋକଥିଲେ। ଅନ୍ୟମାନେ ଦୌଡ଼ି ପଳାଇଯାଇଥିବାବେଳେ ୪ ଜଣ ହିଁ ବାହାରି ପାରି ନ ଥିଲେ। ଫଳରେ ସେମାନେ ଭିତରେ ଜଳି ଯାଇଥିଲେ। ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ଶୋ’ ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିଯାଇଥିବା ଜଣାଯାଇଛି। ନିଆଁକୁ ଆୟତ୍ତ କରିବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲାପାଳ ଏକ କମିଟି ଗଠନ କରିଥିବା ଜଣାପଡ଼ିଛି। କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ନିଆଁ ଲାଗିଲା ସେ ନେଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories