www.samajalive.in
Friday, December 5, 2025
26.1 C
Bhubaneswar

ଦସାଲ୍ଟର ସିଇଓ ଦେଲେ ରାଫେଲ ଡିଲ ସମ୍ପର୍କିତ ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବିବାଦ ରାଜରାସ୍ତାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପ୍ରକମ୍ପିତ ହେଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପ୍ରମୁଖ ବିରୋଧୀ ଦଳ ଏହି ପ୍ରକ୍ରିୟାକୁ ଭ୍ରଷ୍ଟାଚାର ବୋଲି ଅଭିଯୋଗ କରୁଛନ୍ତି। ଫ୍ରାନ୍ସର କମ୍ପାନୀ ଦସାଲ୍ଟ ଏଭିଏସନ୍‍ର ସିଇଓ ଏରିକ୍‍ ଟ୍ରେପିୟରଙ୍କ ଦ୍ୱାରା ଗଣମାଧ୍ୟମରେ ଦିଆଯାଇ ଥିବା ଏକ ସାକ୍ଷାତକାରରେ ଏହି ଡିଲକୁ ନେଇ ଉଠିଥିବା ବିବାଦ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ଦ୍ୱାରା ଉଠିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି ସେ ପ୍ରକାଶ କରିବା ସହ ଏ ସମ୍ପର୍କରେ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ବୋଲି ମତବ୍ୟକ୍ତ କରିଛନ୍ତି।
ଏରିକ ତାଙ୍କ ସାକ୍ଷାତକାରରେ ରାହୁଲଙ୍କ ଦ୍ୱାରା ଉଠାଯାଉ ଥିବା ପ୍ରଶ୍ନ ନିରାଧାର ବୋଲି ଉଲ୍ଲେଖ କରାଯାଇଛି। ରାହୁଲ ଗାନ୍ଧି ଦସାଲ୍ଟ ଓ ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଯେଉଁ ପ୍ରଚାର କରୁଛନ୍ତି ତାହା ମିଥ୍ୟା ବୋଲି ଏରିକ ସ୍ପଷ୍ଟ କରିଛନ୍ତି।
ଏରିକ ଏ ସମ୍ପର୍କରେ ଅଧିକ କହିବାକୁ ଯାଇ ଭାରତ ସହ ତାଙ୍କ କମ୍ପାନୀର ସମ୍ପର୍କ ଦେଶ୍‍ ଦୀର୍ଘ। ସର୍ବପ୍ରଥମେ ଜବାହାରଲାଲ ନେହେରୁ ୧୯୫୩ରେ ଏହି କମ୍ପାନୀ ସହ ଚୁକ୍ତି କରିଥିଲେ। ଏରିକଙ୍କ କମ୍ପାନୀ ଦୀର୍ଘ ସମୟ ଧରି ଭାରତକୁ ଯୁଦ୍ଧ ଜାହାଜ ପ୍ରେରଣ କରି ଆସୁଛି।
ଏହି ଡିଲରେ ରିଲାଏନ୍ସ କେବଳ ଟଙ୍କା ଲଗାଇ ନାହିଁ ବରଂ ଏରିକଙ୍କ ଦସାଲ୍ଟ ମଧ୍ୟ ଏହି ଡିଲରେ ସମାନ ଅନୁପାତରେ ଟଙ୍କା ବିନିଯୋଗ କରିଛି। ଦସାଲ୍ଟ ବୈଶୟିକ ଜ୍ଞାନକୌଶଳ ସମ୍ପର୍କିତ କାର୍ଯ୍ୟରେ ଟଙ୍କା ବିନିଯୋଗ କରୁଥିବାବେଳେ ରିଲାଏନ୍ସ ଏୟାରକ୍ରାଫ୍ଟ ନିର୍ମାଣ କ୍ଷେତ୍ରରେ ଟଙ୍କା ବିନିଯୋଗ କରିବ।
ଏହି ମିଳିତ ଚୁକ୍ତିରେ ଦସାଲ୍ଟ ୪୯ ପ୍ରତିଶତ ଅର୍ଥ ବିନିଯୋଗ କରୁଥିବାବେଳେ ରିଲାଏନ୍ସ ୫୧ ପ୍ରତିଶତ ଅର୍ଥ ବିନିଯୋଗ କରୁଛି। ଏହି ଡିଲରେ ଲାଭାଶଂ ସମାନ ସମାନ ଅନୁପାତରେ ଉଭୟ କମ୍ପାନୀ ପାଇବେ।
ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ ପ୍ରଶ୍ନରେ ଏରିକ ବର୍ତ୍ତମାନ ଭାରତକୁ ମିଳିବାକୁ ଥିବା ରାଫେଲ ବିମାନର ପ୍ରକୃତ ମୂଲ୍ୟଠାରୁ ୯ ପ୍ରତିଶତ କମ୍‍ରେ ମିଳିବ ବୋଲି ସୂଚନା ଦେଇଛନ୍ତି। ଏହି ମୂଲ୍ୟ ୩୬ଟି ବିମାନକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଇ ଥିଲା। ତେବେ ଭାରତ ପରବର୍ତ୍ତୀ ସମୟରେ କେବଳ ୧୮ଟି ବିମାନ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ଫଳରେ ଯୁଦ୍ଧ ବିମାନର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ଥିଲା। ତେବେ ଭାରତ-ଫ୍ରାନ୍ସ ମଧ୍ୟରେ ଚୁକ୍ତିକୁ ଦୃଷ୍ଟିରେ ରଖି କମ୍ପାନୀକୁ ପୂର୍ବ ଧାର୍ଯ୍ୟ ମୂଲ୍ୟରେ ଏହି ବିମାନ ପ୍ରଦାନ କରିବାକୁ ପଡ଼ୁଛି ବୋଲି ଏରିକ ସ୍ପଷ୍ଟ କରିଛନ୍ତି। ଏପରିକି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଥିବା ୩୬ଟି ରାଫେଲ ବିମାନର ମୂଲ୍ୟ ପୂର୍ବରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ୧୨୬ଟି ବିମାନଠାରୁ ବ୍ୟାପକ ମାତ୍ରାରେ କମ୍‍ ରହିଛି।
ହାଲ ସହ ଦସାଲ୍ଟର ଚକ୍ତି ଭାଙ୍ଗିବାର କାରଣ ମଧ୍ୟ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ୧୨୬ଟି ଯୁଦ୍ଧ ବିମାନ କ୍ରୟ କରିବାର ପ୍ରକ୍ରିୟା ଚାଲିଥିବାବେଳେ ହାଲ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରାଯାଇ ଥିଲା। ତେବେ ୩୬ଟି ବିମାନର କ୍ରୟ ଚୂଡ଼ାନ୍ତ ହେବାରୁ ହାଲ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଅସମର୍ଥତା ପ୍ରକାଶ କରାଯାଇ ଥିଲା। ଫଳରେ ବାଧ୍ୟ ହୋଇ ଦସାଲ୍ଟକୁ ରିଲାଏନ୍ସ ସହ ଚୁକ୍ତି କରିବାକୁ ପଡ଼ିଥିଲା। ହାଲ ମଧ୍ୟ ଏହି ଚୁକ୍ତିରେ ସାମିଲ ହେବାକୁ ମନା କରିଥିଲା। ଏହି ସମୟରେ କେବଳ ରିଲାଏନ୍ସ କାହିଁକି ଟାଟା ଗ୍ରୁପର କମ୍ପାନୀ ମଧ୍ୟ ଏହି ପ୍ରକ୍ରିୟାରେ ଆଗ୍ରହ ପ୍ରକାଶ କରିଥିଲେ।
ଦସାଲ୍ଟ କମ୍ପାନୀ କେବଳ ଯୁଦ୍ଧ ବିମାନ ଯୋଗାଇବାର ଚୁକ୍ତି ସ୍ୱାକ୍ଷର କରିଥିବାବେଳେ ରାଫେଲରେ ଲାଗୁଥିବା ଯୁଦ୍ଧାସ୍ତ୍ରକୁ ପୃଥକ ଏକ ଚୁକ୍ତି ମାଧ୍ୟମରେ ଭାରତ କ୍ରୟ କରିବ ବୋଲି ଏରିକ ସ୍ପଷ୍ଟ କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories