www.samajalive.in
Monday, December 8, 2025
27.1 C
Bhubaneswar

ରେଭେନ୍ସା ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ, ଅଭୀପ୍ସା ଓ ଚନ୍ଦନ ଶ୍ରେଷ୍ଠ ସ୍ନାତକ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକ(ୟୁଜି) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। କଳା, ବାଣିଜ୍ୟ ବିଜ୍ଞାନ ଓ ବୃତ୍ତିଗତ ପାଠ୍ୟକ୍ରମରେ ସାମଗ୍ରୀକ ଉତ୍ତୀର୍ଣ୍ଣ ହାର ୯୩.୩୪% ରହିଛି। ନିୟମିତ ପାଠ୍ୟକ୍ରମରେ ବାଣିଜ୍ୟ ଛାତ୍ରୀ ଅଭୀପ୍ସା ଇପ୍ସିତା ଶୁକ୍ଳା ୧୦ରୁ ୯.୮୧ ସିଜିପିଏ ରଖି ଶ୍ରେଷ୍ଠ ସ୍ନାତକ(ବେଷ୍ଟ ଗ୍ରାଜୁଏଟ୍‌) ହୋଇଛନ୍ତି। ବୃତ୍ତିଗତ ପାଠ୍ୟକ୍ରମ ବର୍ଗରେ ଆଇଟିଏମ୍‌ ଛାତ୍ର ଚନ୍ଦନ କୁମାର ସାହୁ ୧୦ରୁ ୯.୬୫ ସିଜିପିଏ ରଖି ଶ୍ରେଷ୍ଠ ସ୍ନାତକ(ବେଷ୍ଟ ଗ୍ରାଜୁଏଟ୍‌) ହେବାରେ ସଫଳ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀ ସେମାନଙ୍କର ପ୍ରମାଣପତ୍ର (ସାର୍ଟିଫିକେଟ୍‌) ଓ ମାର୍କସିଟ୍‌ ବିଶ୍ବବିଦ୍ୟାଳୟରୁ ପାଇପାରିବେ।

ସୂଚନା ଅନୁଯାୟୀ ୨୦୨୦-୨୩ ବ୍ୟାଚ୍‌ ସ୍ନାତକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଗତ ମାସ ୩୧ରେ ସରିଥିବାବେଳେ ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୬୬୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୫୫୭ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ନାତକ ସାମଗ୍ରୀକ ଉତ୍ତୀର୍ଣ୍ଣ ହାର ୯୩.୩୪% ରହିଛି। କଳା ପାଠ୍ୟକ୍ରମରେ ମୋଟ ୫୬୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫୩୩ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ୩୦୭ ପରୀକ୍ଷା ଦେଇଥିବାବେଳେ ୨୮୬ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୨୨୮ ଓ ବୃତ୍ତିଗତ ପାଠ୍ୟକ୍ରମରେ ୫୧୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ତୁଳାନରେ ଛାତ୍ରୀମାନେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ପରୀକ୍ଷାରେ ୭୯୯ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ କୃତକାର୍ଯ୍ୟ ହାର ୫୧.୩୨% ରହିଛି। ସେହିପରି ମୋଟ ୭୫୮ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ କୃତକାର୍ଯ୍ୟ ହାର ୪୮.୬୮% ରହିଛି। କଳାରେ କୃତକାର୍ଯ୍ୟ ହାର ୯୩.୮୪% ଥିବାବେଳେ ବିଜ୍ଞାନରେ ୯୩.୧୬%, ବାଣିଜ୍ୟରେ ୮୮.୭୨% ଓ ବୃତ୍ତିଗତ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହାର ୯୫.୧୫% ରହିଛି।

- Advertisement -

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୯ ବିଷୟର ଶ୍ରେଷ୍ଠ(ଟପ୍ପର) ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇଛି। ଏହି ୨୯ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। ୧୯ ଛାତ୍ରୀ ଓ ୧୦ ଛାତ୍ର ସ୍ବର୍ଣ୍ଣପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ରେଭେନ୍ସା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୌମେନ୍ଦ୍ର କୁମାର ନାୟକ କହିଛନ୍ତି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରୁ ସେମାନଙ୍କର ଗ୍ରେଡ୍‌ କାର୍ଡ ପାଇପାରିବେ। ସପ୍ତାହକ ମଧ୍ୟରେ ବିଦ୍ୟାର୍ଥୀଙ୍କୁ ସେମାନଙ୍କର ପ୍ରମାଣପତ୍ର ଓ ମାର୍କସିଟ୍‌ ବିତରଣ କରାଯିବ। ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories