www.samajalive.in
Monday, December 8, 2025
20.1 C
Bhubaneswar

ଟ୍ୱିଟର ଉପରେ ୫୦ହଜାର ଜୋରିମାନା

ବେଙ୍ଗାଲୁରୁ: ସାମାଜିକ ଗଣମାଧ୍ୟମ ସଂସ୍ଥା ଟ୍ୱିଟର ଉପରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି। ଜୋରିମାନା ଅର୍ଥକୁ ଟ୍ୱିଟର ୪୫ଦିନ ମଧ୍ୟରେ କର୍ଣ୍ଣାଟକ ରାଜ୍ୟ ନ୍ୟାୟିକ ସେବା କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିବେ। ଏଥିରେ ବିଳମ୍ବ ହେଲେ ଦୈନିକ ୫ହଜାର ଟଙ୍କା ଲେଖାଏଁ ଅଧିକ ଅର୍ଥ ଦେବାକୁ ପଡିବ ବୋଲି ବିଚାରପତି କୃଷ୍ଣ ଏସ୍ ଦିକ୍ଷୀତ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି। ଦେଶର ନିୟମକୁ ଅନୁସରଣ କରୁ ନଥିବା କାରଣରୁ ଟ୍ୱିଟର ଉପରେ ବାସନ୍ଦାଦେଶ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଟ୍ୱିଟର ପିଟିସନ ଦାୟର କରିଥିବା ବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିବା ପୂର୍ବକ ଏହି ଜୋରିମାନା ଦଣ୍ଡାଦେଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories