www.samajalive.in
Wednesday, November 12, 2025
19.1 C
Bhubaneswar

ଏସୀୟ ପୁରୁଷ କବାଡି, ଅଷ୍ଟମ ଥର ସ୍ଵର୍ଣ୍ଣ ଜିତିଲା ଭାରତ

ବୁସାନ(ଦକ୍ଷିଣ କୋରିଆ): ଭାରତୀୟ ପୁରୁଷ କବାଡି ଦଳ ଅଷ୍ଟମ ଥର ଲାଗି ଏସୀୟ କବାଡି ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ଦକ୍ଷିଣ କୋରିଆର ବୁସାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ନବମ ସଂସ୍କରଣରେ ଭାରତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଭାରତ ୪୨-୩୨ ପଏଣ୍ଟରେ ଇରାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ଲାଗି ବିଜେତା ହୋଇଛି। ଅନ୍ୟପକ୍ଷରେ ଇରାନ ଦ୍ବିତୀୟ ଥର ପାଇଁ ଉପ ବିଜେତାରେ ସନ୍ତୁଷ୍ଟ ହୋଇଛି। ଭାରତୀୟ ଦଳ ପକ୍ଷରୁ ପୱନ ସେରାୱତ, ଆସ୍‌ଲାମ ଇମାନଦାର ଓ ଅର୍ଜୁନ ଦେସୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମରୁ ଭାରତକୁ ଇରାନ କଡା ଟକ୍କର ଦେଇଥିଲା। ଏକ ସମୟରେ ଭାରତ ୩୫-୨୬ ପଏଣ୍ଟରେ ଆଗୁଆ ରହିଥିଲା। ଇରାନ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇନଥିଲେ। ଇରାନ ଉକ୍ତ ସମୟରେ ଭାରତକୁ ଅଲ୍‌ଆଉଟ୍‌ କରିବା ନେଇ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଶେଷ ଖେଳାଳି ଭାବେ ଶ୍ରାଦ୍ଧଲୁଇ ଚମତ୍କାର ଖେଳିିଥିଲେ। ଫଳରେ ଭାରତ ଅଲ୍‌ଆଉଟ୍‌ରୁ ବଞ୍ଚିତ ହୋଇଥିଲା। ଭାରତ ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ସହ ଶୀର୍ଷ ସ୍ଥାନ ହାସଲ କରି ଫାଇନାଲରେ ପହଞ୍ଚିଥିଲା। ଭାରତ ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ କୋରିଆ, ଚାଇନିଜ୍‌ ତାଇପେଇ ,ଜାପାନ ଓ ଇରାନକୁ ପରାସ୍ତ କରିଥିଲା। ପୂର୍ବରୁ ଭାରତ ୧୯୮୦, ୧୯୮୮, ୨୦୦୦, ୨୦୦୧, ୨୦୦୨, ୨୦୦୫ ଓ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲା। ୨୦୦୩ରେ ଇରାନ ଥରେ ମାତ୍ର ବିଜେତା ଆଖ୍ୟା ଅର୍ଜନ କରିଥିଲା।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories