ଏହି ସବୁ ଖାଦ୍ୟ କୁକରରେ ପ୍ରସ୍ତୁତ କରୁଛନ୍ତି କି? ଜାଣନ୍ତୁ..

ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ କୁକରର ବ୍ୟବହାର କରାଯାଉଛି। ଏଥିରେ ଖାଦ୍ୟ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ।
କୁକରରେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଏ, ତାହା ସଭିଁଙ୍କୁ ଜଣା। ମାତ୍ର ଏପରି କେତେକ ଖାଦ୍ୟ ରହିଛି, ଯାହାକୁ କୁକରରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ। ସେହି ଖାଦ୍ୟକୁ କୁକରରେ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟ ସ୍ୱାଦହୀନ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..
ସାଧାରଣତଃ ଲୋକେ ସମୟର ଅଭାବରୁ ଭାତ କୁକରରେ ପ୍ରସ୍ତୁତ କରିଥାଆନ୍ତି। ମାତ୍ର ଭାତକୁ କୁକରରେ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଚାଉଳରେ ଥିବା ଏକ ପ୍ରକାର କେମିକାଲ୍‌‌ ଏହା ମଧ୍ୟରେ ରହିଯାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ କୁକର ବଦଳରେ ହାଣ୍ଡି କିମ୍ବା ଅନ୍ୟ ଖୋଲା ପାତ୍ର ଭାତ ପ୍ରସ୍ତୁତି ପାଇଁ ବ୍ୟବହାର କରନ୍ତୁ।
ଆଳୁ ଏପରି ଏକ ପରିବାର ଯାହାକୁ ଅଧିକାଂଶ ଖାଦ୍ୟରେ ବ୍ୟବହାର କରାଯାଏ। ଆଳୁକୁ ସିଝାଇବା ପାଇଁ ସାଧାରଣତଃ କୁକର ବ୍ୟବହାର କରାଯାଏ। ମାତ୍ର ଚାଉଳ ଭଳି ଆଳୁକୁ ମଧ୍ୟ କୁକରରେ ସିଝାଇବା ଉଚିତ ନୁହେଁ। ଆଳୁରେ ଷ୍ଟାର୍ଚ ଅଧିକ ମାତ୍ରାରେ ରହିଥାଏ। ତେଣୁ କୁକରରେ ଏହାକୁ ସିଝାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ପାସ୍ତା – ପାସ୍ତାକୁ ମଧ୍ୟ କୁକରରେ ସିଝାନ୍ତୁ ନାହିଁ। ଏହାକୁ କଡେଇରେ ସିଝାଇ ପାରିବେ। କୁକରରେ ପାସ୍ତା ସିଝାଇବା ଦ୍ୱାରା ଏଥିରେ ଥିବା ଏକ ପ୍ରକାର କେମିକାଲ୍‌‌ କୁକର ମଧ୍ୟରେ ରହିଯାଏ। ଏଥିରେ ମଧ୍ୟ ଷ୍ଟାର୍ଚର ମାତ୍ରା ଅଧିକ ରହିଥାଏ।
ମାଛ – ମାଛକୁ ମଧ୍ୟ କୁକରରେ ପ୍ରସ୍ତୁତ କରନ୍ତୁ ନାହିଁ।
ଋତୁ ଅନୁଯାୟୀ ବିଭିନ୍ନ ପନିପରିବାରେ ଭିଟାମିନ୍ସ ରହିଥାଏ। ଏହାକୁ କୁକରରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ। ଏହାଦ୍ୱାରା ଏଥିରେ ଥିବା ଭିଟାମିନ, ଖଣିଜ ଓ ଅନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

Comments are closed.