www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ହେରାପଞ୍ଚମୀ : ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଶନିବାର ହେରାପଞ୍ଚମୀ ନୀତି ପାଳନ କରାଯିବ। ଜଗତ୍‌ଜନନୀ ମହାଲକ୍ଷ୍ମୀ ଆଡପ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମଣ୍ଡପରେ ଦେଢଶୁର ଶ୍ରୀବଳଭଦ୍ର ବସିଥିବାରୁ ଗୋଟିଏ କୋଣରେ ଛିଡା ହୋଇ ଗୁପ୍ତରେ ଦର୍ଶନ କରିବେ ଲକ୍ଷ୍ମୀ ଠାକୁରାଣୀ। କାଳିଆ ଠାକୁର ତାଙ୍କୁ ସାଥିରେ ନ ନେଇ ଭାଇ ଉଉଣୀଙ୍କ ସହ ରଥଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡିବାକୁ ପ୍ରତିଶୃତି ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାଲକ୍ଷ୍ମୀଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପ୍ରଦାନ କରାଯିବ। ଶରଧାବାଲିରେ ଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବେ ମହାଲକ୍ଷ୍ମୀ। ସେବକଙ୍କ ଗହଣରେ ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀ ନୀତି ପାଳନ କରାଯିବା ବିଧି ରହିଛି। ପରମ୍ପରା ଅନୁଯାୟୀ ହେରାପଞ୍ଚମୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଥିବା ମହାଲକ୍ଷ୍ମୀଙ୍କୁ ମହାଜନ ସେବକ ମାଜଣା କରିବେ। ମା’ଙ୍କୁ ନୂତନ ପାଟଶାଢୀ, ସୁନା ଅଳଙ୍କାର ଏବଂ ଫୁଲରେ ବେଶ କରାଯିବ। ପୂଜାପଣ୍ଡା ପନ୍ତୀ ଭୋଗ କରିବେ। ବଟବୃକ୍ଷ ମୂଳେ ଥିବା ସୁସଜ୍ଜିତ ବିମାନରେ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ବିଜେ କରାଯିବ। ଶୋଭାଯାତ୍ରାରେ ମହାଲକ୍ଷ୍ମୀ ବଡଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ। ପତି ମହାପାତ୍ରଙ୍କ ଦ୍ୱାରା ସେଠାରେ ମା’ଙ୍କୁ ପ୍ରସାଦ ଲାଗି କରାଯିବା ସହ ବନ୍ଦାପନା କରାଯିବ। ଚାମର ଆଲଟ, ଘଷା ବିଡିଆ ଓ ଦହି ପଟ୍ଟି ମଣୋହି କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ଣ ଧୂପ ଏବଂ ଆଳତି ପରେ ଶ୍ରୀଜଗନ୍ନାଥଙ୍କୁ ପଞ୍ଚାମୃତରେ ସ୍ନାନ କରାଯିବ। ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଜଗମୋହନ ଦ୍ୱାର ନିକଟକୁ ବିଜେ କରିବେ। ଶ୍ରୀଜୀଉଙ୍କୁ ଦର୍ଶନ ପରେ ଆଜ୍ଞାମାଳ ପ୍ରଦାନ କରାଯିବ। ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ଶରଧାବାଲିକୁ ଯିବେ। ନନ୍ଦିଘୋଷ ରଥ ଚକ ଭାଙ୍ଗିବା ପରେ ଶ୍ରୀମନ୍ଦିର ଫେରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories