www.samajalive.in
Monday, December 8, 2025
13.1 C
Bhubaneswar

ଅଗ୍ନିକାଣ୍ଡରେ ୬୨ ମେଣ୍ଢା ଜୀବନ୍ତଦଗ୍ଧ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୋଡାଶିଙ୍ଗା ଗ୍ରାମର ଶୁକଦେବ କର୍ଣ୍ଣଙ୍କ ମେଣ୍ଢା ଗୁହାଳରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬୦ଟି ମେଣ୍ଢା ଜୀବନ୍ତଦଗ୍ଧହୋଇଥିବା ସୂଚନା ମିଳିଛି।

ଆଜି ସକାଳେ ଶୁକଦେବ ପାଳନକରିଥିବା ୬୨ଟି ମେଣ୍ଢାଙ୍କୁ ମଧ୍ୟାହ୍ନରେ ଗୁହାଳକୁ ଆଣି ରଖିଥିଲେ। ଶୁକଦେବ ବିଶ୍ରାମନେବା ସମୟରେ ଅଗ୍ନିକାଣ୍ଡ ଘଟି ହଠାତ ଗୁହାଳଘରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହିତ ହରଭଙ୍ଗା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।

- Advertisement -

ଖବରପାଇ ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୁହାଳ ଘର ଭିତରେ ଥିବା ୬୦ଟି ମେଣ୍ଢା ପୋଡ଼ି ପାଉଁଶ ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ଜଣେ ଯୁବକ ଯଜ୍ଞ କର୍ଣ୍ଣ ସାମାନ୍ୟ ଆହାତ ହୋଇଛନ୍ତି। ଘଟଣାସ୍ଥଳରେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ମୃତ ମେଣ୍ଢାଗୁଡିକର ବ୍ୟବଛେଦ ପାଇଁ ହରଭଙ୍ଗା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦିଆଯାଇଥିଲା। କ୍ଷତିଗ୍ରସ୍ତ ମେଣ୍ଢା ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସରପଞ୍ଚ ଦାବୀ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories