www.samajalive.in
Monday, December 8, 2025
27.1 C
Bhubaneswar

ମମତାଙ୍କୁ ଅନୁରୋଧ କଲେ ଅମିତାଭ୍

ମୁମ୍ବଇ: ବଲିଉଡ଼୍ ଅଭିନେତା ଅମିତାଭ୍ ବଚ୍ଚନ ନିକଟରେ କୋଲକତା ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଫେଷ୍ଟିଭାଲକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ଅନେକ ପ୍ରସିଦ୍ଧ କଳାକାରମାନେ ଯୋଗ ଦେଇଥିଲେ।

ତେବେ ଯେତେବେଳେ ଅମିତାଭ୍ ବଚ୍ଚନ ମଞ୍ଚକୁ ଗଲେ, ସେତେବେଳେ ସେ ଦର୍ଶକଙ୍କୁ କିଛି କହିବା ପୂର୍ବରୁ ପ୍ରଥମେ ମମତାଙ୍କୁ ଅନୁରୋଧ କରି କହିଲେ, “ଦିଦି ମୁଁ କେତେ ଥର କହିଲିଣି ମୋତେ ଏଠାକୁ ଆଉ ନିମନ୍ତ୍ରଣ କରନ୍ତୁ ନାହିଁ”।

- Advertisement -

ଅମିତାଭ୍ ମଞ୍ଚକୁ ଯିବା ମାତ୍ରେ ସେଠାକାର ସମ୍ପୂର୍ଣ୍ଣ ପରିବେଶ ଉଲ୍ଲସିତ ଓ ଉତ୍ସାହିତ ହୋଇ ଉଠିଥିଲା। ଅମିତାଭ୍ ହସି ହସି କହିଲେ, “ମୁଁ ଏଠାକୁ ଆସି ସବୁଥର ହିନ୍ଦୀରେ କହି ଆସୁଛି ଏବେ ମୁଁ ବଙ୍ଗଳାରେ କହୁଛି। ଆଶା କରୁଛି ଦିଦି ମୋ କଥା ବୁଝି ପାରିବେ। ଏଠାକୁ ଆସି କହିବାକୁ ମୋ ପାଖରେ ଆଉ କିଛି ନୂଆ କଥା ନାହିଁ। କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ମତେ ଆଉ ଅତିଥିଭାବେ ନିମନ୍ତ୍ରଣ କରା ନଯାଉ”। ଅମିତାଭଙ୍କୁ ଏମିତି କଥା ଶୁଣି ସେଠାରେ ଉପସ୍ଥିତ ଦର୍ଶକ ଓ ଅନ୍ୟ କଳାକାରମାନେ ହସିବାକୁ ଲାଗିଲେ। ହେଲେ ମମତା ଠାର ମାଧ୍ୟମରେ କହିଲେ ମୁଁ ବୁଝି ପାରିଲି ନାହିଁ।

ସୂଚନା ଅନୁସାରେ, ଏହି ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍ ତାରକା ଶାହାରୁଖ୍ ଖାନ୍, ବିଶ୍ୱଜିତ୍ ଚଟାର୍ଜୀ, ୱହିଦା ରହମାନଙ୍କୁ ବ୍ୟତୀତ ବଙ୍ଗୀୟ ଅଭିନେତ୍ରୀ ମାଧବ ମୁଖାର୍ଜୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସାଜିଦ୍ ମଜିଦି, ସାବିତ୍ରୀ ଚାଟାର୍ଜୀ,ଅଭିନେତ୍ରୀ ନନ୍ଦିତା ପ୍ରମୁଖ କଳାକାର ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ୨୪ ବର୍ଷ ପୁରୁଛି। ପ୍ରତି ବର୍ଷ କୋଲକତାରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲରେ ବିଗ୍ ବିଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥାଏ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories