www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଅନନ୍ତକୁମାରଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ୫୯ବର୍ଷ ବୟସରେ ସୋମବାର ପ୍ରତ୍ୟୁଷରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ନ୍ୟୁୟର୍କରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କ ପାର୍ôଥବ ଶରୀରକୁ ଶେଷ ସମ୍ମାନ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କଲେଜ୍‍ ପଡ଼ିଆରେ ରଖାଯାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି, ଆପ୍‍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ସୁପ୍ରିମୋ ମମତା ବାନାର୍ଜୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ଦେଶ ଜଣେ ଦକ୍ଷ ନେତା ଓ ପ୍ରଶାସକଙ୍କୁ ହରାଇଲା ବୋଲି ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି। ଅନନ୍ତ କୁମାରଙ୍କୁ ଜଣେ ମୂଲ୍ୟବୋଧଭିତ୍ତିକ ରାଜନେତା ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ବର୍ଣ୍ଣନା କରିଛନ୍ତି। ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। କର୍ଣ୍ଣାଟକରେ ତିନିଦିନ ବ୍ୟାପୀ ଶୋକ ପାଳନ କରାଯାଉଛି। ସୋମବାର କର୍ଣ୍ଣାଟକର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‍ କଲେଜ୍‍ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।
କର୍ଣ୍ଣାଟକରେ ଜନ୍ମିତ ଅନନ୍ତ କୁମାର ପ୍ରଥମ ବ୍ୟକ୍ତି ଭାବରେ ଜାତିସଂଘରେ କନ୍ନଡ଼ରେ ଭାଷଣ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ସେ ସର୍ବକନିଷ୍ଠ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। କଳା ଓ ଆଇନରେ ସ୍ନାତକ ପାସ୍‍ କରିବା ପରେ ଅନନ୍ତ କୁମାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ୧୯୮୭ରେ ବିଜେପିର ଆନୁଷ୍ଠାନିକ ଭାବେ ସଦସ୍ୟତା ଗ୍ରହଣ କରିଥିଲେ। ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ କାରାବରଣ କରିଥିଲେ। ୧୯୯୬ରେ କର୍ଣ୍ଣାଟକରୁ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତା ପରେ ସେଠାରେ ସେ ଲଗାତାର ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୩ରେ କର୍ଣ୍ଣାଟକର ବିଜେପି ସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ୨୦୦୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା। ନରେନ୍ଦ୍ର ମୋଦୀଙ୍କ ସରକାରରେ ଅନନ୍ତକୁମାର ରସାୟନ ଓ ସାର ବିଭାଗ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories