www.samajalive.in
Saturday, December 6, 2025
26.1 C
Bhubaneswar

ଅଟା ଚକଟା ; ଜାଣନ୍ତୁ କେଉଁ ବାରରେ କ’ଣ ମିଶାଇବେ..

ରୁଟି ପ୍ରସ୍ତୁତ କରିବା ପାଇଁ ଅଟା ଚକଟିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିିୟା। ସାଧାରଣତଃ ଅଟାରେ ପାଣି ମିଶାଇ ଏହାର ଚକଟା ପ୍ରସ୍ତୁତ କରାଯାଏ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ ଜିନିଷ ବର୍ଣ୍ଣନା କରାଯାଇଛି, ଯାହାକୁ ଅଟାରେ ମିଶାଇ ଚକଟା ପ୍ରସ୍ତୁତ କରିବା ଦ୍ୱାରା  କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ସୋମବାର ଅଟାରେ ସାମାନ୍ୟ କ୍ଷୀର ମିଶାଇ ଚକଟା ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଚନ୍ଦ୍ର ଗ୍ରହ ମଜଭୂତ ହେବା ସହ ଶୁଭଫଳ ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଶାନ୍ତି ରହିଥାଏ।
ମଙ୍ଗଳବାର ଦିନ ଅଳ୍ପ ଗୁଡ ମିଶାଇ ଅଟା ଚକଟା ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଙ୍ଗଳଗ୍ରହ ମଜଭୂତ ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ।
ବୁଧବାର ଦିନ ସାମାନ୍ୟ ଧନିଆପତ୍ର କିମ୍ବା ପାଳଙ୍ଗ ଶାଗ ପକାଇ ଚକଟା ପ୍ରସ୍ତୁତ କରିବା ଦ୍ୱାରା ବୁଧଗ୍ରହ ମଜଭୂତ ହେବା ସହ ଶୁଭଫଳ ମିଳିଥାଏ।
ଗୁରୁବାର ଅଟା ଚକଟା ପ୍ରସ୍ତୁତ କରିବା ସମୟରେ ସାମାନ୍ୟ ହଳଦୀ ମିଶାନ୍ତୁ। କିମ୍ବା ବେସନ ମଧ୍ୟ ମିଶାଇ ପାରିବେ। ଏହାଦ୍ୱାରା ବୃହସ୍ପତି ଗ୍ରହ ମଜଭୂତ ହୋଇଥାଏ।
ଶୁକ୍ରବାର ଦିନ ଅଟାରେ ସାମାନ୍ୟ ଚିନି ମିଶାଇ ଚକଟା ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ଶୁକ୍ର ଗ୍ରହ ମଜଭୂତ ହୋଇଥାଏ।
ଶନିବାର ଦିନ ଅଟାରେ ସାମାନ୍ୟ ସୋରିଷ ତେଲ ମିଶାନ୍ତୁ। ଏପରି କରିବା ଦ୍ୱାରା ଶନିଗ୍ରହଙ୍କ ଶୁଭଫଳ ମିଳିଥାଏ। ପରିବାରରେ ସୁଖଶାନ୍ତି ରହିଥାଏ। ଘରେ ସୁଖଶାନ୍ତି ସର୍ବଦା ରହିଥାଏ।
ରବିବାର ଦିନ ଅଟାରେ ଗୁଡ ମିଶାଇ ଚକଟା ପ୍ରସ୍ତୁତ କରି ପୁରୀ ପ୍ରସ୍ତୁତ କରି ଖାଇବା ଦ୍ୱାରା ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ ହୋଇଥାଏ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories