www.samajalive.in
Friday, December 5, 2025
27.1 C
Bhubaneswar

ଭୂମିକମ୍ପରୁ ରକ୍ଷା କରିବ ଖଟ

ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଲୋକେ ରାତିରେ ଶୋଇବାକୁ ଡରନ୍ତି। ଶୋଇଥିବା ସମୟରେ ହିଁ ଯଦି ଭୂକମ୍ପ ହେବ ଓ ମୃତ୍ୟ ହେବ, ଏଇ ଭୟ ସମସ୍ତଙ୍କ ମନରେ ଥାଏ। ଏଭଳି ସ୍ଥିତିକୁ ନଜରରେ ରଖି ଲୋକଙ୍କ ସୁରକ୍ଷା ପାଇଁ ବୈଜ୍ଞାନିକମାନେ ଏବେ ଡିଜାଇନ୍‌ କରିଛନ୍ତି ଏଭଳି ଖଟ, ଯାହା ଲୋକଙ୍କୁ ଭୂମିକମ୍ପରୁ ସୁରକ୍ଷା ପ୍ରଦାନ କରିବ। ଏହି ଖଟର ବିଶେଷତ୍ୱ ହେଉଛି ଯେ, ଭୂମିକମ୍ପ ବେଳେ ଘର ଥରିବା ସମୟରେ ଖଟଟି ଲୋକଙ୍କ ଜୀବନ ରକ୍ଷା କରିବ। ଖଟଟିର ଉଚ୍ଚତା ବେଶ୍‌ ଅଧିକ ଓ ଏଥିରେ ସେନ୍ସର ଲାଗିଛି। ଭୂମିକମ୍ପ ହେବାମାତ୍ରେ ଖଟଟି ମଝିଭାଗରୁ ଖୋଲିଯାଏ। ଫଳରେ ଶୋଇଥିବା ବ୍ୟକ୍ତି ଖଟ ଭିତରକୁ ଯାଇ ବସିପାରିବେ। ଆଉ ଖୋଲାଥିବା ଖଟର ଅଂଶ ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ। କେବଳ ସେତିକି ନୁହେଁ ଖଟ ଭିତରେ ଖାଦ୍ୟ, ପାନୀୟ ରଖିବାର ସ୍ଥାନ ମଧ୍ୟ ଅଛି। ତେଣୁ ଖଟ ଭିତରେ ଥିବା ବ୍ୟକ୍ତି ଭୋକ ଶୋଷରେ ମରିବାର ଭୟ ନାହିଁ। ଆଉ ଖଟ ଉପରେ ଗଦା ହୋଇଥିବା ଘରର ଭଗ୍ନାବଶେଷକୁ ବାହାର କରି ଉଦ୍ଧାର କରିବା ପର୍ୟ୍ୟନ୍ତ ସେମାନେ ଖଟ ଭିତରେ ଆରାମରେ ରହିପାରିବେ। ଏବେ ଏହି ଖଟର ପରୀକ୍ଷା ଜୋର୍‌ସୋର୍‌ରେ ଚାଲିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories