www.samajalive.in
Friday, December 5, 2025
27.1 C
Bhubaneswar

ବାଲିବୋ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କାମାକ୍ଷାନଗର : ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି l ମନ୍ଦିରର ପ୍ରଭୁ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମସ୍ତକରୁ ରୁପା ମୁକୁଟ ସବୁ ଚୋରି ହୋଇଯାଇଛି । ରଘୁନାଥଜୀଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ଭୁବନ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ମନ୍ଦିର ପୂଜକ ପ୍ରସନ୍ନ କୁମାର ପଣ୍ଡା ଜରୁରୀ କାମରେ ବାହାରକୁ ଯାଇଥିବାରୁ ଗତକାଲି ରାତିରେ ତାଙ୍କ ପୁଅ ଅଭିଜିତ ପଣ୍ଡା (କାଳିଆ) ପୂଜା କରିଥିଲେ । କାଳିଆଙ୍କ କହିବାନୁଯାୟୀ ସେ ପୂଜା ସାରି ପହଡ଼ ପଡ଼ିବା ପରେ ରାତି ୮ ଟାରେ ମନ୍ଦିର ତାଲା ପକାଇ ଘରକୁ ଚାଲିଯାଇଥିଲେ । ସକାଳୁ ଆସି ଦେଖିଲା ବେଳକୁ ମନ୍ଦିର ତାଲା ଭାଙ୍ଗି ପଡ଼ିଛି ଆଉ ଭିତରେ ଦେବାଦେବୀଙ୍କ ଅଳଙ୍କାର ସବୁ ଚୋରି ହୋଇଯାଇଛି । କାର୍ଯ୍ୟରତ ମନ୍ଦିର ଟହଲିଆ ଦୀନବନ୍ଧୁ ଖଟୁଆଙ୍କୁ ପଚାରିବାରୁ ସେ କହିଲେ ମୁଁ ଗତକାଲି ରାତିରେ ମନ୍ଦିର ପରିସରରେ ଥିବା ପରିଚାଳନା କମିଟି କାର୍ଯ୍ୟାଳୟରେ ଥିଲି । ଅସହ୍ୟ ଗରମ ଯୋଗୁଁ ନିଦ ହେଲା ନାହିଁ ସେଥିପାଇଁ ରାତି ୨ଟା ପର୍ଯ୍ୟନ୍ତ ମୁଁ ଅନିଦ୍ରା ରହିଥିଲି । ହେଲେ ଚୋରି କେତେବେଳେ ହେଲା ମୁଁ କହିପାରିବି ନାହିଁ । ଏହା ଉପରେ ସଠିକ୍ ତଦନ୍ତ କରି ଚୋରକୁ ଧରିବା ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ ସ୍ବାଇଁ ପୁଲିସ୍‌କୁ ନିବେଦନ କରିଛନ୍ତି । ଏକ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ରୁପା ଅଳଙ୍କାର ଚୋରି ହୋଇଥିବା ଅନୁମାନ କରାଯାଉଛି । ସେହି ରାତିରେ କେବଳ ରଘୁନାଥଜୀଉ ମନ୍ଦିର ନୁହେଁ ବରଂ ଗ୍ରାମର ଅନେକ ସ୍ଥାନରୁ ଲୁହା ଗ୍ରୀଲ୍ ଓ ସାଇକେଲ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଅଞ୍ଚଳରେ ପୁଲିସର ପାଟ୍ରୋଲିଂ ବିଲକୁଲ ହେଉ ନଥିବାରୁ ପୁଲିସ ପ୍ରତି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories