ଚୌଦ୍ୱାର : ଚାରବାଟିଆ ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟର ବରିଷ୍ଠ ସଦସ୍ୟ, ଯୁବ ସଂଗଠକ ତଥା ପୂର୍ବତନ ଛାତ୍ରନେତା ମାନସ ରଞ୍ଜନ ସାମନ୍ତରାୟଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଆନୁକୁଲ୍ୟରେ ଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଉନସିଲର ବିଜୟ କୁମାର ମଲ୍ଲିକ, ସୁବ୍ରତ ସାମଲ, ଆଶୁତୋଷ ଦାସ, ଜଗନ୍ନାଥ ମନ୍ଦିର ଟ୍ରଷ୍ଠର ମୀନ କେତନ ପଣ୍ଡା, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଅକ୍ଷୟ ଭୁୟାଁ, ଦିବାକର ପାଣିଗ୍ରାହୀ, ରଞ୍ଜନ କୁମାର ବାରିକ, ମନୋରଞ୍ଜନ ସାହୁ, ସୁବାସ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ନାଗରିକ ଯୋଗଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Popular Categories



