www.samajalive.in
Wednesday, December 10, 2025
18.1 C
Bhubaneswar

ଆଇଏସ୍‌ଆଇ ହାତରେ ଓଡ଼ିଶା ସିମ୍‌କାର୍ଡ ; ଯାଜପୁରରୁ ଆଉ ଜଣେ ଗିରଫ

ଭୁବନେଶ୍ବର/ବରୀ : ପାକିସ୍ତାନୀ ଗୁଇନ୍ଦା (ଆଇଏସ୍‌ଆଇ) ହାତରେ ଓଡ଼ିଶା ସିମ୍‌କାର୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଯାଜପୁର ଅଞ୍ଚଳରୁ ଗିରଫ କରି ରବିବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ଯାଜପୁର ଜିଲା ବରି ରାମଚନ୍ଦ୍ରପୁର ଭୁରୁଙ୍ଗା ଅଞ୍ଚଳର ପ୍ରୀତମ୍‌ କର (୩୧)। ତା’ ନିକଟରୁ ଏସ୍‌ଟିଏଫ୍‌ ୧୬ଟି ଦୂରଭାଷ ଯନ୍ତ୍ର (ମୋବାଇଲ ଫୋନ), ସିମ୍‌କାର୍ଡ଼, ପ୍ୟାନ୍‌କାର୍ଡ଼, ବ୍ୟାଙ୍କ ପାସବୁକ, ଡେବିଟ କାର୍ଡ଼ ସହ କିଛି ସନ୍ଦେହଜନକ କାଗଜପତ୍ର ଜବତ କରିଛି। ଅଭିଯୁକ୍ତକୁ ଜିମାରେ ଆଣି ଜେରା କରିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି। ଏସ୍‌ଟିଏଫ୍‌ ଏସପି କିଶୋର ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରୀତମ୍‌ ପାକିସ୍ତାନି ଗୁଇନ୍ଦା ଆଇଏସ୍‌ଆଇ ଓ ପିଆଇଓ
ଏଜେଣ୍ଟଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଥିଲା। ଏପରିକି ସେମାନଙ୍କୁ ବ୍ୟକ୍ତିଗତ ଭାବେ ସେ ବିଭିନ୍ନ ସମୟରେ ଦେଖା କରିଛି। ଗତବର୍ଷ ମାଙ୍ଗାଲୋର ଅଟୋ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସହ ପ୍ରୀତମ୍‌ର ସମ୍ପର୍କ ରହିଛି। ଆତଙ୍କବାଦୀମାନେ ବ୍ୟବାହାର କରିଥିବା ସିମ୍‌କାର୍ଡ଼ ପ୍ରୀତମ୍‌ ଦେଇଥିଲା। ଏନେଇ ପୂର୍ବରୁ ପ୍ରୀତମ୍‌କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଜେରା କରିଥିଲା। ପରେ ସେ ଫେରାର ରହିଥିଲା। ତାକୁ ଧରିବା ପାଇଁ ଏନ୍‌ଆଇ ଖୋଜୁଥିଲା। ସେହିଭଳି ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରି ଆଡ଼୍‌ମିନ ରହିଥିଲା। ଏହି ଗ୍ରୁପ୍‌ର ନାମ ‘ଅଲ ସେଭିଂ ଏସି ଆଭେଲେବଲ’ ରଖିଥିଲା। ସେଥିରେ ୧୧୩ ଜଣ ସଦସ୍ୟ ଥିଲେ। ଏହି ଗ୍ରୁପ୍‌ ଜରିଆରେ ପ୍ରୀତମ୍‌ ପାକିସ୍ତାନୀ ଗୁଇନ୍ଦାଙ୍କୁ ଓଟିପି ସେୟାର କରୁଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରିଛି। ଓଟିପି ସେୟାର କରି ସେ ଲକ୍ଷ ଲକ୍ଷ ଟଙ୍କା ପାକିସ୍ତାନୀ ଏଜେଣ୍ଟଙ୍କ ଠାରୁ ଆଣୁଥିଲା। ଗତ କିଛି ଦିନ ତଳେ ସେ ଡିଜିଟାଲ ୱାଲେଟ୍‌ର ଖଚର ଖାତା (ମୁଲ ଆକାଉଣ୍ଟ) ଜରିଆରେ ସେ ୧ ଲକ୍ଷ ୫୦ ହଜାର ଆଣିଥିବା ଏସ୍‌ଟିଏଫ୍‌ ହାତରେ ପ୍ରମାଣ ଲାଗିଛି। ୨୦୧୭ରୁ ପ୍ରୀତମ୍‌ ଏହି କାରବାର ଚଳାଇଥିଲା। ସାଇବର ଅପରାଧୀ ଓ ଆତଙ୍କବାଦୀଙ୍କୁ ସେ ସିମ୍‌କାର୍ଡ ଯୋଗାଉଥିଲା। ପାକିସ୍ତାନୀ ଏଜେଣ୍ଟଙ୍କୁ ସେ ୧ହଜାର ସିମ୍‌କାର୍ଡ ଯୋଗାଇଥିବା ପ୍ରାଥମିକ ତଦନ୍ତରୁ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଗୋଟିଏ କାର୍ଯ୍ୟକ୍ଷମ (ଅାକ୍ଟିଭେଟ) ସିମ୍‌କାର୍ଡକୁ ସେ ୧ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ଗୋଟିଏ ଡିଜିଟାଲ ଆକାଉଣ୍ଟ ଖୋଲିବା ପାଇଁ ସେ ୩୦ ହଜାର ଟଙ୍କା ନେଉଥିଲା। ଏସବୁ ଟଙ୍କା ସେ ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ ବ୍ୟାଙ୍କ (ଆଇପିପିବି), ଏଚ୍‌ଡିଏଫ୍‌ସି, ୟେସ୍‌ ବ୍ୟାଙ୍କ, ଆଇସିଆଇସିଆଇ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଓ ପେଟିଏମ୍‌ ବ୍ୟାଙ୍କର ଖଚର ଆକାଉଣ୍ଟ ଜରିଆରେ ଆଣୁଥିଲା। ସୂଚନା ଅନୁସାରେ, ଗତମାସ ୧୪ ତାରିଖରେ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଯୋଗାଇବା ଅଭିଯୋଗରେ ନୟାଗଡରୁ ୩ ଜଣକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ପରେ ଏହି ଘଟଣାରେ ନୟାଗଡ଼ର ଆଉ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ରାଜ୍ୟ ବାହାର ଲିଙ୍କ ଥିବା ପ୍ରମାଣ ପାଇବା ପରେ ଏସ୍‌ଟିଏଫ୍‌ର ଏକ ଦଳ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଘଟଣାର ଅଧିକ ତଥ୍ୟ ହାସଲ କରିବା ପାଇଁ ତଦନ୍ତକାରୀ ସଂସ୍ଥା ୱାଲେଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories