www.samajalive.in
Thursday, December 11, 2025
27.1 C
Bhubaneswar

ଇଟା ଭାଟିରେ ନିଆଁ ଲଗାଇବା ବେଳେ ପୋଡ଼ିଗଲେ ମହିଳା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି 

ମୋହନା: ଇଟା ଭାଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଇଟା ପୋଡ଼ୁଥିବା ବେଳେ ପୋଡ଼ିଗଲେ ମହିଳା। ଶରୀରର ୮୦ ଭାଗ ପୋଡ଼ି ଗୁରୁତର ଅବସ୍ଥାରେ ମହିଳା ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଝୁକା ଗ୍ରାମରେ।

ସୂଚନା ପ୍ରକାରେ, ରବିବାର ସକାଳେ ଇଟା ଭାଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ସମୟରେ ଅଚାନକ ସୁପ୍ରିୟା ବାସ୍ତରାୟଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତେବେ ମହିଳା ଜଣକ ପଲିଷ୍ଟର ଲୁଗା ପିନ୍ଧିଥିବା ଯୋଗୁଁ ହଠାତ୍ ତାଙ୍କ ଶାଢିରେ ନିଆଁ ଲାଗି ତାଙ୍କ ଶରୀର ୮୦ ଭାଗ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ସୁପ୍ରିୟାଙ୍କୁ ମୋହନା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ପୁଲିସ ତଦନ୍ତ ପରେ ହିଁ ଜଣାପଡ଼ିବ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories