ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ଦ୍ଵାରା ଆଜି ଏକ ସଫ୍ଟ୍ ଟୟ ୟୁନିଟ ଉଦଘାଟିତ ହୋଇଯାଇଛି। ଏଥିପାଇଁ ପ୍ରକଳ୍ପ ସ୍ଵାବଲମ୍ ଅଧିନସ୍ଥ ଗତ ବର୍ଷ ନିଜର ପାରିପାର୍ଶ୍ବିକ ଅଞ୍ଚଳରୁ ୫ ଜଣ ଯୁବତୀଙ୍କୁ ସମ୍ବଲପର ସ୍ଥିତ ଏସ.ବି. ଆଇ. ଆର.ସେ. ଟି.କୁ ଉଚ୍ଚ ତାଲିମ ପାଇଁ ପଠାଯାଇଥିଲା। ଏହି ଯୁବତୀ ମାନେ ସେଠାରେ ନିଷ୍ଠାର ସହ ତାଲିମ ଗ୍ରହଣ କରିଥିଲେ। ସେଇ ଯୁବତୀ ମାନଙ୍କୁ ସ୍ୱବାଲମ୍ବୀ କରିବା ପାଇଁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଞ୍ଛିବାକୁ ଗ୍ରାମରେ ଆଜି ଏହି ୟୁନିଟ୍ ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବେ ଆଦିତ୍ୟ ଆଲୁମିନିୟମର ଇଣ୍ଡଷ୍ଟ୍ରିଆଲ୍ ରିଲେସନ ମୁଖ୍ୟ ଷ୍ଟିଫେନ୍ ଏ ରାଜ, ସିଏସାର୍ ସିଏସଆର ମୁଖ୍ୟ ଶ୍ବେତା ଉପାଧ୍ୟାୟଏବଂ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ଉପସ୍ଥିତ ଥିଲେ।



