ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ କୁଶଙ୍ଗ ରାସ୍ତା ସାହିରେ କାଳବୈଶାଖୀରେ ଯୋଶଦା ହାତୀଙ୍କ ଦୁଇ ବଖରା ଛାଳଛପର ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଘର ଛପର ଉଡିଯିବାଯୋଗୁଁ ପରିବାରଲୋକେ ମୁଣ୍ଡଗୁଞିବା ପାଇଁ ହଇରାଣ ଭୋଗୁଛନ୍ତି ।ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ଭିକାରୀ ଚରଣ ବାଇ ଦାବୀ କରିଛନ୍ତି। ଏ ଦିଗରେ ତହସିଲଦାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
Popular Categories



