www.samajalive.in
Monday, December 8, 2025
20.1 C
Bhubaneswar

ବିଶିଷ୍ଟ ସମାଜସେବୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଗଞ୍ଜାମ : ବିଶିଷ୍ଟ ସମାଜ ସେବୀ ତଥା ଗାଣ୍ଡୁ ନାହାକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଗାଣ୍ଡୁ ନାହାକଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ  ଝାରେଡି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସୃତି ଚାରଣ ସଭାରେ  ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ବିଜେପି ଜିଲ୍ଲା ଉପସଭାପତି ଡାକ୍ତର ସୁବାଷ ଚନ୍ଦ୍ର ସାହୁ,  ଛତ୍ରପୁର ଏନଏସିର ପୂର୍ବତନ ଅଧକ୍ଷ ରାମ ଚନ୍ଦ୍ର ବେହେରା, ରମ୍ଭା ଏନଏସି ପୂର୍ବତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡା, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁଧିର କୁମାର ବିଶ୍ୱାଳ, ବିଶିଷ୍ଟ ସମାଜସେବୀ ବନମାଳି ସେଠୀ, ସିପିଏମ କୃଷକ ସେଲର ସାଧାରଣ ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡି, ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା ଯୋଗଦେଇ ସ୍ୱର୍ଗତ ଗାଣ୍ଡୁ ନାହାକଙ୍କ ସ୍ମୃତି ଚାରଣ କାରିଥିଲେ। ଆଗାମୀ ପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପରେ ପରେ ପରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ରୁ ଅଧିକ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ଅଧ୍ୟାପିକା ଜ୍ୟୋତ୍ସାରାଣୀ ପ୍ରଧାନ, ଶିକ୍ଷକ ଶେଷଦେବ ବେହେରା, ପଞ୍ଚାନନ ଖଟୁଆ ପ୍ରମୁଖ କବିତା ପାଠ ଉତ୍ସବ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ଆରକ୍ଷୀ ଅଧିକାରୀ ଗୋଲକ ଚନ୍ଦ୍ର ପଲାଇ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର- ଛାତ୍ରୀ, କମିଟି ସଦସ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମହେଶ୍ବର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories