www.samajalive.in
Tuesday, December 9, 2025
17.1 C
Bhubaneswar

ସେବା ସଦନ ପ୍ରତି ସକରାତ୍ମକ ଚିନ୍ତାଧାରା ରହିଲେ ସଦନର ଉଦ୍ଦେଶ୍ୟ ସାଧିତ ହେବ – ଅତିରିକ୍ତ ଜିଲ୍ଲାପାଳ

ଜି.ଉଦୟଗିରି: ସୁଭଦ୍ରା ମହତାବ ସେବା ସଦନର ପ୍ରତିଷ୍ଠାତା ଯେଉଁ ଉଦ୍ଦେଶ୍ୟ ନେଇ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯଦି ସକାରାତ୍ମକ ଚିନ୍ତାଧାରାରେ ଅନୁଷ୍ଠାନର କର୍ମଚାରୀ କାର୍ଯ୍ୟ କରନ୍ତି ତେବେ ସୁଭଦ୍ରା ମହତାବ ସେବା ସଦନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ସୁଭଦ୍ରା ମହତାବ ସେବା ସଦନର ୪୪ତମ ପ୍ରତିଷ୍ଟା ଉତ୍ସବ ସଭାପତି ନିରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ କଳିଙ୍ଗ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ.ନଳୀନି କୁମାର ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ ଅନୁଷ୍ଠାନର କର୍ମକର୍ତ୍ତା ନିଷ୍ଠାର ସହ କାର୍ଯ୍ୟ କଲେ ପ୍ରତିଷ୍ଠାତାଙ୍କ ସ୍ବପ୍ନ ସାକାର ହୋଇପାରିବ।

ଆୟୋଜିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଶିଳ୍ପପତି ଆର.କେ.ଦେ, ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଜଗତସିଂପୁରର ବିଜେପି ନେତା ଚିତରଞ୍ଜନ କଂସ, ରିତିକ ଅଭୟ କୁମାର ପରିଡା ପ୍ରମୁଖ ମଞ୍ଚାସିନ ଥିବା ବେଳେ ପୂର୍ବରୁ ସେବା ସଦନର ସମ୍ପାଦିକା ଅନିତା ମଞ୍ଜରୀ ସାମଲ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଅନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଗଣମାଧ୍ୟମ ପ୍ରତିନିଧି ରାମକୃଷ୍ଣ ଚୌଧୁରୀ, ସମୀର କୁମାର ପାଢୀ, ସଞ୍ଜୟ ଜେନାଙ୍କ ସମେତ ଅନୁଷ୍ଠାନର ବିଭିନ୍ନ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବା ସହ ଅତିଥି ମାନଙ୍କ ଦ୍ବାରା ଚାନ୍ଦପ୍ରଭା ଓ ସ୍ମରଣିକାର ଉନ୍ମୋଚନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories