www.samajalive.in
Tuesday, December 9, 2025
16.1 C
Bhubaneswar

କର୍ଣ୍ଣାଟକ ଉପନିର୍ବାଚନରେ ମେଣ୍ଟର ବିପୁଳ ବିଜୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବିଜେପିକୁ ଜୋରଦାର ଝଟ୍‍କା ଲାଗିଛି। ବିଜେପି ମାତ୍ର ଗୋଟିଏ ଲୋକସଭା ଆସନରେ ଜିତିଥିବା ବେଳେ ଜେଡିଏସ୍‍-କଂଗ୍ରେସ ମେଣ୍ଟ ଦୁଇଟି ଲୋକସଭା ଆସନରେ ଜୟଯୁକ୍ତ ହୋଇଛନ୍ତି। ଦୁଇଟି ବିଧାନସଭା ଆସନକୁ ମେଣ୍ଟ ପ୍ରାର୍ଥୀ ପୋଛି ନେଇଛନ୍ତି। ଉଲ୍ଲେଖନୀୟ ହେଉଛି ଉପନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
କର୍ଣ୍ଣାଟକର ତିନିଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ପାଇଁ ଗତ ୩ ତାରିଖରେ ଭୋଟଦାନ ହୋଇଥିଲା। ମଙ୍ଗଳବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଥିଲା। ଅପରାହ୍ଣ ସୁଦ୍ଧା ଗଣତି ସମ୍ପୂର୍ଣ୍ଣ ହୋଇଛି।
ଭୋଟ ଗଣତି ପରେ ଘୋଷିତ ଫଳାଫଳ ଅନୁଯାୟୀ, ବିଜେପିର ଦୁର୍ଗ କୁହାଯାଉଥିବା ବଲାରି ଲୋକସଭା ଆସନକୁ ବିଜେପି ହାତରୁ କଂଗ୍ରେସ ଛଡ଼ାଇ ଆଣିଛି। କଂଗ୍ରେସ ପ୍ରାର୍ଥୀ ଭି ଏସ୍‍ ଉଗ୍ରାପ୍ପା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଜେ ଶାନ୍ତାଙ୍କୁ ୨,୪୩,୨୬୧ ଭୋଟରେ ପରାସ୍ତ କରିଛନ୍ତି।
ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍‍ ପ୍ରାର୍ଥୀ ଶିବରାମେଗୌଡ଼ା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଡ. ସିଦ୍ଧରାମେୟାଙ୍କୁ ୩,୨୪,୯୪୩ ଭୋଟରେ ହରାଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ଆସନ ଜେଡିଏସ୍‍ ପାଖରେ ଥିଲା।
ଶିବାମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କର୍ଣ୍ଣାଟକ ବିଜେପି ନେତା ବି ଏସ୍‍ ୟେଦ୍ଦୁରପ୍ପାଙ୍କ ପୁତ୍ର ବି ୱାଇ ରାଘବେନ୍ଦ୍ର ଜେଡିଏସ୍‍ ପ୍ରାର୍ଥୀ ମଧୁ ବାଙ୍ଗାରାପ୍ପାଙ୍କୁ ୫୨, ୧୪୮ ଭୋଟରେ ପରାସ୍ତ କରି ଜୟଯୁକ୍ତ ହୋଇଛନ୍ତି।
ରାମାନଗରମ୍‍ ବିଧାନସଭା ଆସନରେ ଜେଡିଏସ୍‍ ପ୍ରାର୍ଥୀ ଅନୀତା କୁମାରସ୍ୱାମୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କଠାରୁ ୧,୦୯,୧୩୭ ଭୋଟରେ ଜୟଯୁକ୍ତ ହୋଇଛନ୍ତି।
ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଏ ଏସ୍‍ ନ୍ୟାମାଗୌଡ଼ ଜିତିଛନ୍ତି। ସେ ୯୬,୯୬୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ କୁଲକର୍ଣ୍ଣି ୫୭,୪୯୨ ଖଣ୍ଡ ଭୋଟ ପାଇଛନ୍ତି। ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ଅଧିକ ମିଳିଥିବା ବେଳେ ବିଜେପି ଗୋଟିଏ ଆସନ ହରାଇଛି।
ବଲାରି ଲୋକସଭା ଆସନର ବିଫଳତା ପାଇଁ ବିଧାୟକ ତଥା ବିଜେପି ନେତା ଶ୍ରୀରାମୁଲୁ ନିଜକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ଦଳୀୟ ପଦପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।
କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‍ ନେତା ଏଚ୍‍ ଡି ଦେବେଗୌଡ଼ା ସଫଳତା ପାଇଁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଫଳାଫଳକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ କହିଛନ୍ତି। ରାଜ୍ୟ ସରକାର ଓ ମେଣ୍ଟ ପ୍ରତି ଜନସାଧାରଣଙ୍କ ସମର୍ଥନ ଓ ଶ୍ରଦ୍ଧା ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories