www.samajalive.in
Monday, December 8, 2025
24.1 C
Bhubaneswar

ଅଯୋଧ୍ୟାରେ ଦୀପୋତ୍ସବ: ଯୋଗୀଙ୍କ ଘୋଷଣା ଉପରେ ନଜର

ନୂଆଦିଲ୍ଲୀ: ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ଉଠିଥିବା ସ୍ୱର ମଝିରେ ରାମ ନଗରୀ ଅଯୋଧ୍ୟାରେ ମଙ୍ଗଳବାର ଦୀପୋତ୍ସବ ଆରମ୍ଭ ହୋଇଛି। ଅଯୋଧ୍ୟା ସହରକୁ ଦୀପରେ ସଜାଇ ଏହି ଉତ୍ସବ ପାଳନ କରାଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କ ପ୍ରତ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଆୟୋଜନରେ ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍‍ ଜଙ୍ଗ ସୁକ୍‍ ମଧ୍ୟ ସାମିଲ ହୋଇଛନ୍ତି।
ମଙ୍ଗଳବାର ମଧ୍ୟାହ୍ଣରେ ଅଯୋଧ୍ୟାର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିବା ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଜନସମାଗମ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ମଧ୍ୟ ଅଯୋଧ୍ୟା ପହଞ୍ଚିଛନ୍ତି। ଏହି ଉପଲକ୍ଷେ ଯୋଗୀ ରାମ ମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ଆଶା କରାଯାଉଛି।
ଦୀପାବଳୀ ଅବସରରେ ଅଯୋଧ୍ୟାର ସରଯୁ ନଦୀ କୂଳରେ ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷଲକ୍ଷ ଲୋକ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ନଇ ପଠାରେ ଲେଜର ଲାଇଟ ଦ୍ୱାରା ରାମଙ୍କ ବନବାସ ଫେରିବାର ଦୃଶ୍ୟ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି।
ବିଗତ କିଛି ଦିନ ଧରି ଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସନ୍ଥ ସମାଜ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଯୋଗୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟ ଓ ଆଜି ଯୋଗୀଙ୍କ ଘୋଷଣା ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏପରିକି ଅଯୋଧ୍ୟାରେ ଯୋଗୀ ସରକାର ୧୫୧ମିଟର ଉଚ୍ଚତା ବିଶିଷ୍ଟ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାର ଘୋଷଣା କରିବେ ବୋଲି କୁହାଯାଉଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories