www.samajalive.in
Tuesday, December 9, 2025
17.1 C
Bhubaneswar

ରାସ୍ତା ଉପରେ ଓଲଟିଲା ଅଟୋରିକ୍ସା, ୪ ଆହତ

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ଏକ ଚଳନ୍ତା ଅଟୋରିକ୍ସା ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିବା ଫଳରେ ସେଥିରେ ଥିବା ୩ଜଣ ମହିଳାଙ୍କ ସମେତ ଚାଳକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ବାଙ୍କି ଅଞ୍ଚଳର ଏକ ପରିବାରର ୩ଜଣ ମହିଳା ଓ ଜଣେ ପୁରୁଷ ଏକ ଅଟୋରିକ୍ସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ମଙ୍ଗଳପୁର ପେଟ୍ରୋଲ ଟାଙ୍କି ଅତିକ୍ରମ କରିବା ପରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଅଟୋ ଚାଳକଙ୍କ ସମେତ ସେଥିରେ ଥିବା ଜଣେ ଯୁବତୀ ଓ ୨ଜଣ ମହିଳା ଆହତ ହୋଇଥିଲେ। ଯୁବତୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଜଣେ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ଅନ୍ୟଜଣେ ମହିଳା ବେହୋସ ହୋଇ ପଡିଥିଲେ।

- Advertisement -

ଖବର ପାଇ ରାଜପଥ ପେଟ୍ରୋଲିଂ ପୁଲିସ ଟିମ୍‍ର ଏସ୍‍ଆଇ ରାମକୃଷ୍ଣ କର ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ଥିବା ୨ଜଣଙ୍କୁ ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋରିକ୍ସାକୁ ପିପିଲି ପୁଲିସ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories