www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟବାଦୀ ବ୍ଲକ ଘେରାଉ କଲେ ବିଜେପି କର୍ମୀ

ସୁଆଣ୍ଡୋ : ବିଜେପିର କର୍ମୀମାନେ ସୋମବାର ପୁରୀଜିଲା ସତ୍ୟବାଦୀ ବ୍ଲକ ଅଫିସ ଘେରାଉ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ଠାରୁ ସତ୍ୟବାଦୀ ବିଜେପି ମଣ୍ଡଳ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଯୁବନେତା ଓମ ପ୍ରକାଶ ମିଶ୍ର, ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ବରେ ସହସ୍ରାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ବଜାର ବାଟଦେଇ ବ୍ଲକ ଅଫିସ ନିକଟରେ ପହଞ୍ଚିଥିଲେ । ପିସି କାରବାର ଓ ରେସନକାର୍ଡ ଦୁର୍ନୀତିର ନାରା ଦେଇ ବ୍ଲକ ଅଫିସକୁ ବାରିକେଟ ଭାଙ୍ଗି ଧସେଇ ପସିଥିଲେ । ଓମପ୍ରକାଶ ମିଶ୍ରଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଏଠାରେ କରାଯାଇଥିଲା । ଏକ ପ୍ରତିନିଧି ମଣ୍ଡଳୀ ଯାଇ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଉପସଭାପତି ଅମର ଶତପଥି, ସୁରେନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ରଣଜିତ ରାଉତରାୟ, ମଣ୍ଡଳମହିଳା ମୋର୍ଚ୍ଚାର ରୀତା ତ୍ରିପାଠୀ, ଭାସ୍କର ମିଶ୍ର, ଧୁନିଆ ପ୍ରଧାନ ପ୍ରମୁଖ ଛାମୁଆ ନେତାମାନେ ଅଂଶଗ୍ରହଣ କରିଥିଲେ । ଏସଡିପିଓ ଦିଲ୍ଲୀପ କୁମାର ତ୍ରିପାଠୀ ସତ୍ୟବାଦୀ ଆଇଆଇସିଙ୍କ ସହିତ ଆରକ୍ଷୀ ବାହିନୀ ମୁତୟନ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories