ବିଶ୍ୱକୁ ଏକ କରିଛି କଳା ସଂସ୍କୃତି
ଉଦ୍ଯାପିତ ହେଲା ଦୁଇ ଦିନିଆ ଲୋକ ମହୋତ୍ସବ, ଯୋଗଦେଲେ ମହାମହିମ ରାଜ୍ୟପାଳ
ଭୁବନେଶ୍ୱର: କଳାଞ୍ଜଳୀ ଆଟିଷ୍ଟ୍ରି ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ସରକାର ଓ ଇଭୋସ୍ ବିଲ୍ଡକନ୍ର ମିଳିତ ସହଯୋଗରେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଥିବା ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗଦେଇ ଲୋକକଳାର ବିକାଶ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରସଂଶା କରିଥିଲେ। ଲୋକକଳା ମାଧ୍ୟମରେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ମନେ ପକାଉଛୁ। ବିଶ୍ୱକୁ ଏକ କରିଛି କଳା ସଂସ୍କୃତି। ଆଦିବାସୀ ବାଳକ ବାଳିକା ନୃତ୍ୟ କଲେ ଯେମିତି ଲାଗନ୍ତି ନଟରାଜ ନୃତ୍ୟ କରୁଛି। ଜଗନ୍ନାଥ ଭୂମିରେ ପ୍ରତିଦିନ ଆମେ କଳା ସଂସ୍କୃତି ଦେଖିବାକୁ ପାଉଛୁ। ଯାହାକି ଓଡ଼ିଶାର ନାମକୁ ଆଗକୁ ନେଉଛି ବୋଲି ମତ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ କହିଥିଲେ ଯେ ଓଡ଼ିଶାର କଳା ସାରା ବଶ୍ୱରେ ପରିଚିତ। ଓଡ଼ିଶାର କଳା ସଂସ୍କୃତି ଦେଖିବାକୁ କାହିଁ କେଉଁଆଡ଼ୁ ପର୍ଯ୍ୟଟକ ଆସୁଛନ୍ତି । କଳାର କ୍ଷୟ ନାହିଁ କି ବିଲୟ ନାହିଁ। ମୁଖ୍ୟ ବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଆମ କଳା ସଂସ୍କୃତି ଅନନ୍ୟ। କଳା ସଂସ୍କୃତି ବାଇବାକୁ ହେଲେ କେବଳ ସରକାର ପ୍ରଚେଷ୍ଟା କଲେ ହେବନି। ସମସ୍ତେ ଆଗେଇ ଆସିଲେ ଆମ କଳା ସଂସ୍କୃତି ଆଗକୁ ଯାଇପାରିବ।
ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ବିଧାୟକ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ, କାଜୁବୋର୍ଡ଼ ଅଧ୍ୟକ୍ଷ ସୁବାଷ ମହାରଣା, ଇଭୋସ୍ ବିଲ୍ଡକନ୍ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ହିଲ୍ ଦ ୱାର୍ଲ୍ଡର ପ୍ରତିଷ୍ଠାତା ଡ଼ଃ ସି.ପି ସୋନୀ, ଚେୟାର ପର୍ସନ ଭାରତୀୟ ସ୍ୱର୍ଣ୍ଣକର ସଙ୍ଘ ଓ.ପି. ସୋନୀ, କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟର ସଭାପତି ପ୍ରଫେସର ବାଇ ଲଡ଼ୁ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଟିଡ଼ିସିର ଅଧ୍ୟକ୍ଷ ଲେଲିନ୍ ମହାନ୍ତି, ଷ୍ଟେଟ୍ ବୋର୍ଡ଼ର ଚେୟାର ପର୍ସନ ପ୍ରସନ୍ନ ପାଟ୍ଟଶାଣୀ, ପର୍ଯ୍ୟଟନ ବିଭାଗ ଓଏସଡ଼ି ଅଂଶୁମାନ ରଥ, ଯୁଗ୍ମ କମିସନ୍ର ବିଡ଼ିଏ ଶ୍ୱେତ କୁମାର ଦାସ, ଡ଼େପୁଟି କମିଶନର୍ ବିଇଏମସି ବିନୋଦ କୁମାର ବେହେରା, ଡିଏସପି କ୍ରାଇମ୍ ବ୍ରହ୍ମପୁର ଅକ୍ଷୟ କୁମାର ନାୟକ, ସେନାପତି ପ୍ଲାଏର ପ୍ରତିଷ୍ଠାତା କେ. ରତିକାନ୍ତ ସେନାପତି, ଶିଶୁ ଶିକ୍ଷା ପରାମର୍ଶଦାତା ସଂଯୁକ୍ତା ପଣ୍ଡା, ରଶ୍ମୀ ଏରପ୍ରାଇଜେସ୍ର ପ୍ରତିଷ୍ଠାତା ରାଜା ସେନାପତି, ଆସ୍ଥା ହସ୍ପିଟାଲର ଏମ୍ଡ଼ି. ପ୍ରଭାକର ପାଢୀ, ରାଜାରାଣୀ ରିୟଲ ଇଷ୍ଟେଟ୍ର ପ୍ରତିଷ୍ଠାତା ଇଂ ଉମା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଟ୍ରଷ୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭୁୟଷୀ ପ୍ରଶଂସା କରିଥିଲେ।
କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ପକ୍ଷରୁ ଲୋକକଳାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଇଛି। ଲୋକକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ରାମେଶ୍ୱରୀ ନନ୍ଦ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ଦ୍ୱିତୀୟ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯେଉଁଥିରେ ରାୟଗଡ଼ାର ଆଦିବାସୀ ନୃତ୍ୟ, ଫୁଲବାଣୀର କୁଇ ନୃତ୍ୟ, ସୁରଭୀ ଲେଡ଼ିଜ୍ ଗ୍ରୁପ୍ ପକ୍ଷରୁ ହ୍ୟାଣ୍ଡଲୁମ୍ ର୍ୟାମ୍ପ ଶୋ, କଳିଙ୍ଗ ପାଇକ କ୍ରିଏସନ୍ ପକ୍ଷରୁ ପାଇକ ଆଖଡ଼ା, ମମ୍ ଆଣ୍ଡ୍ କିଡ଼୍ ର୍ୟାମ୍ପ ଶୋ, ଆରାଧ୍ୟା ଡ଼୍ୟାନ୍ସ ଏକାଡ଼େମୀ ପକ୍ଷରୁ ଝୁମର୍, ଡ଼ି.ଏସ୍.ଆର୍ ଡ଼୍ୟାନ୍ସ ଛତ୍ରପୁର ପକ୍ଷରୁ ତାଣ୍ଡବ ନୃତ୍ୟ, ଖେମୁଣ୍ଡି ଲୋକକଳା ଏକାଡ଼େମୀ ପକ୍ଷରୁ କଣ୍ଢେଇ ନାଚ, ବିଚିତ୍ର ବର୍ଣ୍ଣାଳୀ ନୃତ୍ୟ ସଂସଦ ପକ୍ଷରୁ ପଶୁମୁଖା ନୃତ୍ୟ ଓ କଳାଞ୍ଜଳୀ ଟ୍ରଷ୍ଟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସହ କଳାଳି ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Comments are closed.