www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ବଡ଼ଧରଣର ଆକ୍ରମଣ ଯୋଜନାରେ ଖାଲିସ୍ତାନ ଆତଙ୍କବାଦୀ

ନୂଆଦିଲ୍ଲୀ : ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଖାଲିସ୍ତାନ ଆତଙ୍କବାଦୀମାନେ ଯୋଜନା କରିଛନ୍ତି ବୋଲି ସୋମବାର ଜାତୀୟ ତନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ସୂତ୍ରରୁ ଜାଣିବାକୁ ମିଳିଛି।
ଖାଲିସ୍ତାନ ସମର୍ଥକମାନେ ୟୁଏଇରେ ରହି ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ବିଶେଷ କରି ପଞ୍ଜାବରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗୁଇନ୍ଦା ସୂତ୍ରରୁ ଏନ୍‍ଆଇଏକୁ ଖବର ମିଳିଛି। ନିକଟରେ ପଞ୍ଜାବରୁ ଗିରଫ ଜଣେ ଖାଲିସ୍ତାନ ଆତଙ୍କବାଦୀକୁ ଜେରା ପରେ ତା ସହ ୟୁଏଇର ସୁଟିଂ କ୍ଲବ୍‍ର ଲିଙ୍କ୍‍ ପଦାକୁ ଆସିଥିଲା। ଏହାକୁ ନେଇ ତନାଘନା ପରେ ୟୁଏଇର ସୁଟିଂ କ୍ଲବରେ ପଞ୍ଜାବରେ ଥିବା ଅନ୍ୟ ଧର୍ମର ଲୋକଙ୍କ ଉପରେ ଆକ୍ରମଣ ପାଇଁ ଯୋଜନା କରାଯାଉଥିବା ଜାଣିବାକୁ ମିଳିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ଖାଲିସ୍ତାନ ସମର୍ଥକଙ୍କୁ ବିଭିନ୍ନ ପ୍ରକାର ସହଯୋଗ ଦେଉଛି ଓ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରବର୍ତ୍ତାଉଛି। ଭାରତରେ କୌଣସି ପ୍ରକାର ଆକ୍ରମଣକୁ ରୂପ ଦେବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଇଏସ୍‍ଆଇ ଖାଲିସ୍ତାନ ସମର୍ଥକଙ୍କୁ ଆଶ୍ୱସନା ଦେଇଛି।
ଏହା ଜଣାପଡ଼ିବା ପରେ ପଞ୍ଜାବ ପୁଲିସ୍‍କୁ ସତର୍କ ରହିବାକୁ କୁହାଯାଇଛି। ବିଦେଶ ମନ୍ତ୍ରାଳୟ ଓ ଆଇଏନ୍‍ଆଇ ପ୍ରତିନିଧି ଦଳ ୟୁଏଇ ସୁଟିଂ କ୍ଲବ୍‍କୁ ଯାଇ ତଦନ୍ତ କରିବେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଖାଲିସ୍ତାନ ଆତଙ୍କବାଦୀଙ୍କ ସହ ପାକିସ୍ତାନ ଆଇଏସ୍‍ଆଇଙ୍କ ଲିଙ୍କ୍‍ ଭାରତ ସୁରକ୍ଷା ବାହିନୀ ପାଇଁ ଚିନ୍ତାର ବିଷୟ ହୋଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories