www.samajalive.in
Monday, December 8, 2025
20.1 C
Bhubaneswar

ସୁରକ୍ଷାବାହିନୀ-ଆତଙ୍କବାଦୀ ମୁହାଁମୁହିଁ; ୫ ଯବାନ ଶହୀଦ

ରଜୌରୀ: ଜମ୍ମୁ-କାଶ୍ମୀର ରଜୌରୀ ସ୍ଥିତ କଣ୍ଡି ଅଞ୍ଚଳରେ ଶୁକ୍ରବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଦୁଇ ଯବାନ ଶହୀଦ ହେବା ସହ ୩ ଜଣ ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଗୁରୁତର ଆହତ ୩ ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅପରପକ୍ଷେ, ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।

ପୁଲିସ, ସେନା ଓ ସିଆରପିଏଫର ମିଳିତ ଟିମ୍‌ ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ମିଳିତ ଟିମ୍‌ ସେହି ସ୍ଥାନରେ ପହଞ୍ଚିବା ମାତ୍ରେ ପୂର୍ବରୁ ଲୁଚି ରହିଥିବା ଆତଙ୍କୀ ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି।

- Advertisement -

ସୂଚନା ମୁତାବକ, ସେନା ଯବାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ, ଯେଉଁଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ। ଏଥିସହ ଜଣେ ଅଧିକାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ଯବାନମାନଙ୍କୁ ଉଧମପୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି।

 

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories