www.samajalive.in
Monday, December 8, 2025
20.1 C
Bhubaneswar

ଓଡିଆ ଶେଷବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ଼: ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ସମ୍ମାନ ଶେଷବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡିଆ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷା ସଂଗୀତା ମହାପାତ୍ର ଯୋଗଦେଇ ବିଦାୟୀ ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଛାତ୍ରୀମାନେ ନିଜ ଭବିଷ୍ୟତ ଗଢିବା ଲାଗି କଠିନ ଅଧ୍ୟବସାୟ ଓ ଏକାଗ୍ରତା ରଖି ସାଧନା କଲେ ନିଶ୍ଚିତ ସିଦ୍ଧି ଲାଭ କରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ସେହିପରି ବିଭାଗୀୟ ମୁଖ୍ୟ ବସିରା ବେଗମ ଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ଲାଭ କରିବା ସହ ନିଜକୁ ପ୍ରତିଷ୍ଠିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଓଡିଆ ଅଧ୍ୟାପିକା ସଂଗୀତା ବେହେରା ଛାତ୍ରୀମାନେ ଓଡିଆ ମାତୃଭାଷା ଓଡିଆର ପ୍ରସାର ପ୍ରଚାର ଦିଗରେ କାର୍ଯ୍ୟ କରିବା ସହ ଉଚ୍ଚତର ଶିକ୍ଷାଗ୍ରହଣ କରି ନିଜକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ୨ୟ ବର୍ଷର ଛାତ୍ରୀ ବର୍ଷାରାଣୀ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ୧ମ ବର୍ଷର ଛାତ୍ରୀ ଲିପ୍‌‌ସା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଆ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଶେଷବର୍ଷର ଛାତ୍ରୀ ରୁକ୍ମିଣୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories