www.samajalive.in
Tuesday, December 9, 2025
16.1 C
Bhubaneswar

ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା

ଆଠଗଡ଼: ଆଠଗଡ଼ ସାହିତ୍ୟ ସମାଜର ଏକ ବୈଠକ ମଙ୍ଗଳବାର ସ୍ଥାନୀୟ ରାଧାଗୋବିନ୍ଦ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସହ ଏଥିରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପ୍ରାଣକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାହିତ୍ୟ ସମାଜର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ରୂପେ ସୁରେଶ କୁମାର ପରିଡ଼ା, ଉପସଭାପତି ଆଇନଜୀବୀ ବିଷ୍ଣୁପ୍ରସାଦ ସାହୁ, ସଂପାଦକ ଭାବେ ୨ୟ ଥର ପାଇଁ ଲଲାଟେନ୍ଦୁ ସେନାପତି, ସହ ସଂପାଦକ ସୁଧାଂଶୁ ଶେଖର ସାହୁ, ସଂଗଠନର ସଂପାଦକ ତ୍ରିଲୋଚନ ବେହେରା, କୋଷାଧ୍ୟକ୍ଷ ଦୀପାଳି ଦାଶ ପ୍ରମୁଖ ଜଣେ ଲେଖାଏଁ ପାର୍ଥୀପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କଲେ। ଏଥି ସହିତ ଉପଦେଷ୍ଟା ଭାବେ ପ୍ରାଣକୃଷ୍ଣ ଦାଶ, ଡାକ୍ତର ଭୁବନାନନ୍ଦ ଦାସ, ଅଦ୍ୱୈତ ଚରଣ ପଣ୍ଡା, ଅଶୋକ କୁମାର ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସମିତିର ସଦସ୍ୟ ଭାବେ ପୁଲିନ ମିଶ୍ର, ପ୍ରତାପ ଚନ୍ଦ୍ର ପଟ୍ଟନାୟକ, ପ୍ରମୋଦ କୁମାର ବିଶୋଇ, ଗଣେଶ ପ୍ରସାଦ ରାଉତ ଓ ପ୍ରଶାନ୍ତ ପୁହାଣ ମନୋନୀତ ହୋଇଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories