ମୋହନା : ସଡ଼କ ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇ ମାନବିକତାର ପରିଚୟ ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସୂଚନା ପ୍ରକାରେ ଗତକାଲି ସକାଳ ପ୍ରାୟ ୧୧ ଟା ସମୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ୫-ଟିରେ ନିର୍ମାଣାଧିନ ସ୍କୁଲ କାର୍ୟ୍ୟ ତଦାରଖ କରିବା ପାଇଁ ଲୁହାଗୁଡ଼ି ଅଭିମୁଖେ ଯାଉଥିଲେ। ସେହି ସମୟରେ ମୋହନା ନିକଟସ୍ଥ କେନ୍ଦୁଘାଟି ଠାରେ ଏକ କାର ବସକୁ ଓଭରଟେକ୍ କରୁଥିବା ସମୟରେ ଏବଂ ଅପର ପାର୍ଶ୍ୱରୁ ଆସୁଥିବା ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁର୍ଘଟଣାରେ କୋରାପୁଟରୁ କଟକ ଜିଲ୍ଳା ଚୌଦ୍ୱାର ଅଭିମୁଖେ କାର୍ ଯୋଗେ ଯାଉଥିବା ବୃଦ୍ଧା ବାସନ୍ତୀ ସେଠୀ (୭୦) ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଆହତ ବୃଦ୍ଧାଙ୍କୁ ମୋହନା ବିଡିଓଙ୍କ ସରକାରୀ ଗାଡି ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବାସନ୍ତୀଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଯାଇଛି। ଜିଲ୍ଲାପାଳଙ୍କ ଏଭଳି କାର୍ୟ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
Popular Categories



