ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖିରାପାଲିରୁ ଝିଲିମିଣ୍ଡା ଗ୍ରାମକୁ ସଂଯୋଗ କରିବ ବିଜୁ ସେତୁ। ଦୁଇକୋଟି ଅଠାଅଶି ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ସେତୁ। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଝିଲିମିଣ୍ଡା ଗ୍ରାମ୍ୟ କମିଟିର ସଭାପତି ଓଁକାର ନାଥ ବାବୁଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ପରେ ବିଧାୟିକା ୧ କୋଟି ୩୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିୟନ୍ତ୍ରିତ ବଜାର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ସମୟରେ ସ୍ଥାନୀୟ ସରପଞ୍ଚ ପୂଜା କୁମ୍ଭାର, ପଞ୍ଚାୟତ ବିଜେଡ଼ି ସଭାପତି ଯାଦବ ଭୋଇ,ଏନ୍ ଏ ସି ବିଧାୟିକା ପ୍ରତିନିଧି ଟଙ୍କ ଦାଶ, ଜିଲ୍ଲା ପରିଷଦ ତଥା ଆର୍ ଏମ୍ ସି ସଭାପତି ସୁଦାମ ଜାଲ, ପୂର୍ବତନ ସରପଂଚ ମକରଧ୍ବଜ ଭୋଇ, ଚାଷୀ ନେତା କୌସ୍ତୁଭ ପ୍ରଧାନ, କୋ ଅପରେଟିଭ ସଭାପତି ନରେନ୍ଦ୍ର ପ୍ରଧାନ, ସଞ୍ଜୀବ ତ୍ରିପାଠୀ, କୁଳମଣି ସାହୁ, ଅସିତ୍ ମହାପାତ୍ର, ସନ୍ତୋଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



